ଗଛରେ ପିଟିହେଲା ବାଇକ୍‌ : ଦୁଇ ଯୁବକଙ୍କ ମୃତ୍ୟୁ

ନରସିଂହପୁର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଋଷିପଡ଼ା-କାନପୁର ରାସ୍ତାରେ ଗଛରେ ବାଇକ୍‌ ପିଟିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ମୁନା ସାହୁ (୨୧) ଓ ରାକେଶ ପଣ୍ଡା (୧୯)। ପ୍ରାପ୍ତ ସୂଚନା ମୁତାବକ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ବଡ଼ମ୍ବା ଥାନା ଅନ୍ତର୍ଗତ ବେଲିଆପାଳ ଗ୍ରାମର ରାମ ସାହୁଙ୍କ ପୁଅ ମୁନା ସାହୁ ଓ ଅନ୍ୟ ଜଣେ ରାକେଶ ପଣ୍ଡା ବାଇକ୍‌ରେ କାନପୁର ଅଭିମୁଖେ ଯାଉଥିଲେ। ଯିବା ବାଟରେ ଋଷିପଡ଼ା ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକଟି ଭାଙ୍ଗିରୁଜି ଯାଇଥିବା ବେଳେ ଦୁଇଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ଵରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ସୂଚନା ପାଇ କାନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗି ଯାଇଥିବା ବାଇକ ସହିତ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଉଦ୍‌ଘାଟିତ : ମତୁଆଲା କଲା ମଥାରେ ଓଢ଼ଣି ଦେବି

Sun Feb 18 , 2024
ଖଣ୍ଡଗିରି: ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ନିପୁଣା ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ପୌରାଣିକ କଥାବସ୍ତୁ ଆଧାରରେ ନୃତ୍ୟ ପ୍ରଦର୍ଶନ କଲେ। ପରେପରେ କୁନିକୁନି କଳାକାରମାନେ ଦେଶାତ୍ମବୋଧ ସଂଗୀତରେ ନୃତ୍ୟ ପ୍ରଦର୍ଶନ କଲେ। ହାଲୁକା ହାଲୁକା ଶୀତୁଆ ସନ୍ଧ୍ୟାରେ ଏହି ସବୁ ଶାସ୍ତ୍ରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୁଗ୍‌ଧ କରିଥିଲା ସତ, କିନ୍ତୁ ମାହୋଲ ଗରମାଗରମ ହୋଇପାରିନଥିଲା। କିନ୍ତୁ ଅନ୍ତରା ଚକ୍ରବର୍ତ୍ତୀ ମଞ୍ଚକୁ ଓହ୍ଲାଇବା ମାତ୍ରେ କରତାଳିରେ ଫାଟିପଡ଼ିଲା ପରିବେଶ। ‘ଆମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial