ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଦେଢବର୍ଷରେ ପରିବାର ହରାଇଲା ୪ ସଦସ୍ୟ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି। ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ଆକ୍ରମଣର ଜବାବ ଦେବାକୁ ଗୁଳି ଚଳାଇଥିଲେ। ତେବେ ନକ୍ସଲଙ୍କ ଗୁଳିମାଡରେ ସିଆରପିଏଫର ଦୁଇ ଜଣ ଯବାନ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡ଼ିଥିଲେ।
ଏହାପରେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା। ତେବେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ। ଅନ୍ୟପଟେ ମୁନ୍ନାଙ୍କ ଅବସ୍ଥା ମଧ୍ୟ ଏବେ ବି ଗୁରୁତର ଅଛି। ଉଲ୍ଲେଖ ଥାଉ କି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡିପଡିଛି। କାରଣ କିଛି ବର୍ଷ ଅନ୍ତରରେ ତାଙ୍କ ପରିବାରର ବାପା ଓ ଦୁଇ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୁଶାନ୍ତଙ୍କ ବଡଭାଇ ମଧ୍ୟ ସିଆରପିଏଫରେ ଥିଲେ ଓ ୨ ବର୍ଷ ତଳେ ସେ ବି ସହିଦ ହୋଇଥିଲେ। କିଛିଦିନ ତଳେ ସୁଶାନ୍ତଙ୍କ ବାପାଙ୍କ ପରଲୋକ ହୋଇଥିବାବେଳେ ଦୁଇ ମାସ ତଳେ ସୁଶାନ୍ତ ବିବାହ କରିଥିଲେ। ସୁଶାନ୍ତଙ୍କ ଆଉ ଜଣେ ଭାଇଙ୍କର କ୍ୟାନ୍ସରରେ ବି କିଛିଦିନ ତଳେ ମୃତ୍ୟୁ ଘଟିଥିଲା। ସୁଶାନ୍ତଙ୍କ ମା ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଏବେ ତାଙ୍କ ପାଖରେ ତାଙ୍କ ଭଉଣୀ ଅଛନ୍ତି।

Share Now:

Kalinga News Beuro

Next Post

ମାନସିକ ଚାପରେ ଥିଲେ ବାରଗାର୍ଲ ଶୁଭଲକ୍ଷ୍ମୀ : ଭୁବନେଶ୍ୱର ଡିସିପି

Fri Aug 11 , 2023
ଭୁବନେଶ୍ୱର: ବାରଗାର୍ଲ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା‌ରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ସେ କହିଛନ୍ତି, ମାନସିକ ଚାପରେ ରହୁଥିଲେ ଶୁଭଲକ୍ଷ୍ମୀ। ମାନସିକ ଚାପର କାରଣକୁ ନେଇ ସବୁ ଦିଗକୁ ନେଇ ତଦନ୍ତ ହେଉଛି। ସିଡିଆର ରିପୋର୍ଟ ରୁ ସେମିତି କିଛି ତଥ୍ୟ ମିଳିନାହିଁ। ମୋବାଇଲରୁ ବି ମିଳିନି କିଛି ତଥ୍ୟ। ତଦନ୍ତ ବେଳେ କୌଣସି ଭାଇରଲ ଭିଡିଓ ପୁଲିସ ହାତରେ ଲାଗିନି ବା ଭାଇରଲ ହେଉଥିବା ଭିଡିଓର […]
ବାରଗାର୍ଲ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial