ମାନସିକ ଚାପରେ ଥିଲେ ବାରଗାର୍ଲ ଶୁଭଲକ୍ଷ୍ମୀ : ଭୁବନେଶ୍ୱର ଡିସିପି

ବାରଗାର୍ଲ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା‌

ଭୁବନେଶ୍ୱର: ବାରଗାର୍ଲ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା‌ରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ସେ କହିଛନ୍ତି, ମାନସିକ ଚାପରେ ରହୁଥିଲେ ଶୁଭଲକ୍ଷ୍ମୀ। ମାନସିକ ଚାପର କାରଣକୁ ନେଇ ସବୁ ଦିଗକୁ ନେଇ ତଦନ୍ତ ହେଉଛି। ସିଡିଆର ରିପୋର୍ଟ ରୁ ସେମିତି କିଛି ତଥ୍ୟ ମିଳିନାହିଁ। ମୋବାଇଲରୁ ବି ମିଳିନି କିଛି ତଥ୍ୟ। ତଦନ୍ତ ବେଳେ କୌଣସି ଭାଇରଲ ଭିଡିଓ ପୁଲିସ ହାତରେ ଲାଗିନି ବା ଭାଇରଲ ହେଉଥିବା ଭିଡିଓର ସତ୍ୟତା ନାହିଁ। ସେ ଭିଡ଼ିଓ କାହାର ତାହା ବି ସ୍ପଷ୍ଟ ହୋଇ ପାରୁନି। ସେ ଆହୁରି କହିଛନ୍ତି,ଦୀପାଲି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି, ଶୁଭଲକ୍ଷ୍ମୀଙ୍କ ଯିବା ଆସିବା ସମୟରେ ସିସିଟିଭି, କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ କରାଯାଇଛି। ସୋସିଆଲ ମିଡ଼ିଆର କୌଣସି ଆପ୍ଲିକେସନରେ କଥାବାର୍ତ୍ତା ହୋଇ ପାରିଥାନ୍ତି, ସେ ଦିଗରୁ ତଦନ୍ତ କରାଯାଉଛି। ଏହାଛଡ଼ା ପରିବାର ସହ ବନ୍ଧୁ, ବାରର କର୍ମଚାରୀଙ୍କୁ ପଚରାଉଚରା ଶେଷ ହୋଇଛି।
ସୂଚନାଯୋଗ୍ୟ, ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଖୁବଶୀଘ୍ର ଲାଗିପାରେ ବୋଲି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି।

Share Now:

Kalinga News Beuro

Next Post

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା : ୧୫ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

Sat Aug 12 , 2023
ଭୁବନେଶ୍ୱର : ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହେବାପରେ ସ୍ୱତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ‌ପରିସ୍ଥିତିର ମୁକାବିଲା ଲାଗି ଚିଠି ଲେଖିଛନ୍ତି। ସୂଚନା ଅନୁସାରେ ମୁଖ୍ୟତଃ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସମୂହରେ ମଧ୍ୟମ ଧରଣର ବର୍ଷା ଓ କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ମୟୁରଭଞ୍ଜ ଓ ସମ୍ବଲପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର […]
୧୫ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial