ନାଳରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ : ପ୍ରେମିକ ତହସିଲଦାର ଗିରଫ

ନାଳରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ଲଖନଉ: ବିବାହ ପାଇଁ ବାଧ୍ୟ କରିବାରୁ ମହିଳା କନେଷ୍ଟବଳଙ୍କୁ ହତ୍ୟା କଲେ ତହସିଲଦାର। ଆଉ ପୁଲିସ ଏହି ଘଟଣାରେ ତହସିଲଦାରଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ଲଖନଉର ମାତି ନାଳରୁ ଗୁରୁବାର ଏକ ମୃତଦେହ ମିଳିଥିଲା। ଏହି ମୃତଦେହ ନିଖୋଜ ମହିଳା କନଷ୍ଟେବଳ ରୁଚି ସିଂଙ୍କର ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଆଉ ଏହି ଘଟଣାରେ ପୁଲିସ ପ୍ରତାପଗଡର ରାନିଗଞ୍ଜର ତହସିଲଦାରଙ୍କ ସହ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସର ସୂଚନା ମୁତାବକ ଯେତେବେଳେ ରୂଚିଙ୍କ ମୋବାଇଲ ନମ୍ବରକୁ ଅନୁସନ୍ଧାନ କରାଯାଇଥିଲା ସେତେବେଳେ ଏକ ସନ୍ଦିଗ୍ଧ ନମ୍ବର ମିଳିଥିଲା। ଆଉ ଏହି ନମ୍ବରଟି ପ୍ରତାପଗରର ରାନିଗଞ୍ଜରେ ତହସିଲଦାର ଥିବା ପଦ୍ମେସ ଶ୍ରୀବାସ୍ତବଙ୍କର ଥିଲା। ଏହା ପରେ ତହସିଲଦାରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଇଥିଲା। ପଚରାଉଚରା ବେଳେ ପଦ୍ମେସ କହିଥିଲେ ଯେ ଫେସବୁକ ମାଧ୍ୟମରେ ରୁଚିଙ୍କ ସହ ବନ୍ଧୁତା ହୋଇଥିଲା। ଆଉ ବନ୍ଧୁତା ଧୀରେ ଧୀରେ ନିବିଡ ସମ୍ପର୍କର ରୂପ ନେଇଥିଲା। ତେବେ ରୁଚି ପୂର୍ବରୁ ବିବାହିତ ଥିଲେ ଓ ବିବାହ ପାଇଁ ତହସିଲଦାରଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ତେଣୁ ତାଙ୍କୁ ହତ୍ୟା କରିଥିବାର ତହସିଲଦାର ସ୍ୱୀକାର କରିଛନ୍ତି। ତେବେ କେବେ ଓ କେମିତି ହତ୍ୟା କଲେ ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

ଷ୍ଟେସନରେ ଛାଡ଼ି ଯାଇଥିବା ଝିଅକୁ ଏପରି ପାଇଲେ ବାପା-ମା’

Sun Feb 20 , 2022
ନୂଆଦିଲ୍ଲୀ: ପ୍ରାୟତଃ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଛି ଟ୍ରେନରେ ବାପା-ମା’ ବସିଥିବା ବେଳେ ଛୁଆ ପ୍ଲାଟଫର୍ମରେ ହିଁ ରହି ଯାଇଥାଏ। ନିକଟରେ ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ବାସ୍ତବରେ ଘଟିଛି। ସୌଭାଗ୍ୟବଶତଃ ଝିଅ ଜଣକ ସୁରକ୍ଷିତ ଭାବରେ ତାର ମା’-ବାପାଙ୍କ ପାଖରେ ପହଞ୍ଚିଯାଇଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, କାନପୁର-ଇଟାୱା ରେଳ ମାର୍ଗସ୍ଥିତ ମୈଥା ରେଳ ଷ୍ଟେସନରେ ଏହି ଘଟଣା ଘଟିଛି। ଟ୍ରେନ୍ ନମ୍ବର-୧୫୬୩ରେ ନିଜର ବାପା-ମା’ ସହିତ ଯାତ୍ରା କରୁଥିବା ୧୬ବର୍ଷର […]
ଷ୍ଟେସନରେ ଛାଡ଼ି ଯାଇଥିବା ଝିଅକୁ ଏପରି ପାଇଲେ ବାପା-ମା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial