ମାହାଙ୍ଗା ଡବଲ ମର୍ଡର ଘଟଣା: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ଵସ୍ତି

କଟକ: ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଜାନୁଆରି ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ପୂର୍ବରୁ ୧୯ ଡିସେମ୍ବର ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ। ଆସନ୍ତା ଜାନୁଆରି ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଆସନ୍ତା ଜାନୁଆରି ୧୭ ତାରିଖ ଯାଏ ବିଧାୟକଙ୍କ ବିରୁଦ୍ଧରେ ଏହି ମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ତାଙ୍କ ନିଜ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଇନଜୀବୀ ଡି ପି ଧଳ ଓ ଅଂଶୁମାନ ରାୟ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରୁ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚାର୍ଜସିଟ ବିରୋଧରେ ଶ୍ରୀ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା। ହାଇକୋର୍ଟ ୨୦୨୩, ନଭେମ୍ବର ୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶର ସାର୍ଟିଫାଏଡ କପି ଶ୍ରୀ ଜେନାଙ୍କ ତରଫରୁ ଦାଖଲ କରାଯାଇଥିଲା। ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୯କୁ ଧାର୍ଯ୍ୟ କରାଯାଇଥିଲା।

Share Now:

Kalinga News Beuro

Next Post

କଲଭର୍ଟ ନିର୍ମାଣ ପାଇଁ ଖୋଳା ହେଲା ରବିଟକିଜ୍‌-ସାମନ୍ତରାପୁର ରାସ୍ତା

Tue Dec 19 , 2023
ଭୁବନେଶ୍ୱର: କଲଭର୍ଟ ନିର୍ମାଣ ପାଇଁ କେଦାରଗୌରୀ ମନ୍ଦିର ନିକଟ ରବିଟକିଜ୍‌-ସାମନ୍ତରାପୁର ରାସ୍ତାକୁ ପୂର୍ତ୍ତ ବିଭାଗ ଖୋଳି ଦେଇଛି। ଯାହା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ଅଫିସ୍‌ ସମୟ ଓ ସଂଧ୍ୟାରେ ପ୍ରବଳ ଜାମ୍‌ ଦେଖିବାକୁ ମିଳୁଛି। ତୁରନ୍ତ ଏହି କାମ ସାରିବାକୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କେଦାରଗୌରୀ ମନ୍ଦିର ପରିସରରେ ଥିବା କେଦାରଗୌରୀ, ଦାନ୍ତଘ‌ଷା ଓ ଦୁଗ୍ଧ ପୋଖରୀ ଜଳ ନିଷ୍କାସନ ହୋଇପାରୁନାହିଁ। ପାଣି ବାହାରିବା ବାଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial