କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ : କହିଲେ ପୁଅ, ଦେଲେ ଝିଅ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ। ହେଲେ ଏନେଇ ପରେ ତାଙ୍କୁ ଯେତେବେଳେ ହସ୍ତାନ୍ତର କରାଗଲା ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ଏକ କନ୍ୟା ସନ୍ତାନ ଦିଆଯାଇଛି। ଏନେଇ ସେ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଏ ଘଟଣାର ତଦନ୍ତ ହେବ। ଡିଏନଏ ଟେଷ୍ଟ କରାଯିବ ବୋଲି ମଧ୍ୟ ହସ୍ପିଟାଲ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର : ବର୍ଷା ହେଲେ ପ୍ରବେଶ ପଥରେ ଆଣ୍ଠୁଏ ପାଣି

Tue Sep 26 , 2023
ବାଲିଅନ୍ତା ବଜାର: ଓଡ଼ିଶା ସରକାର ପୁରାତନ ସରକାରୀ ବିଦ୍ୟାଳୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ସ୍କୁଲଗୁଡ଼ିକୁ ୫ଟି’ରେ ସାମିଲ କରିବା ସହ ସ୍କୁଲର ରୂପରେଖ ପରିବର୍ତ୍ତନ କରିବା ଦିଗରେ ତ୍ୱରିତ କାର୍ଯ୍ୟ କରିଥିଲେ। ଏହି ଭଳି ବାଲିଅନ୍ତା ବ୍ଲକର ଦୁଇଟି ବିଦ୍ୟାଳୟକୁ ପ୍ରଥମେ ଚୟନ କରାଯାଇ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଇଥିଲା। ମାତ୍ର ଲଗାଣ ବର୍ଷା ୫ଟି ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର ପଦାରେ ପକାଇଦେଲା। ସ୍କୁଲ ପ୍ରବେଶ ପଥରେ ଏବେ […]
ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial