‘ସୁଭଦ୍ରା ମହତାବ ସେବାସଦନ’ର ପାଚେରୀ‌ ଡେଇଁ ଦୁଇ ନାବାଳିକା ଚମ୍ପଟ୍‌

‘ସୁଭଦ୍ରା ମହତାବ ସେବାସଦନ’ର ପାଚେରୀ‌ ଡେଇଁ ଦୁଇ ନାବାଳିକା ଚମ୍ପଟ୍‌

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ସେବା ସଦନରୁ ଦୁଇ ଜଣ ନାବାଳିକା ପାଚେରୀ ଡେଇଁ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ପରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ଥାନା ଅଞ୍ଚଳର ଜଣେ ନାବାଳିକା ପ୍ରେମ ବ୍ୟାପାରକୁ ନେଇ ଫେରାର ଥିବା ବେଳେ ପୁଲିସ ଉଦ୍ଧାର କରି ତାକୁ ସିଡବ୍ଲ୍ୟୁସି ନିକଟରେ ହାଜର କରିବା ପରେ ଉଦ୍ଧାର ହୋଇଥିବା ନାବାଳିକାକୁ ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରେ ରଖିଥିଲେ ସେଇଭଳି ଚକପାଦ ଥାନା ଅଞ୍ଚଳର ଏକ ପ୍ରେମ ଜନିତ ମାମଲାରେ ଜଣେ ନାବାଳିକାକୁ ଉଦ୍ଧାର କରି ଆଣି ସୁଭଦ୍ରା ମହତାବ ସେବା ସଦନରେ ରଖିଥିଲେ।
ଜଣେ ନାବାଳିକା ଦୀର୍ଘ ୯ମାସ ହେଲା ଏବଂ ଅନ୍ୟ ଜଣେ ୩ମାସ ହେଲା ଏହି ସୁଭଦ୍ରା ମହତାବ ସେବା ସଦନରେ ରହୁଥିଲେ। ହେଲେ ଦୁଇ ନାବାଳିକା ହଠାତ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଜାଣି ପାରିବା ପରେ ସେବାସଦନ ପକ୍ଷରୁ ଖୋଜା ଖୋଜି କରିବା ସହ ଥାନାରେ ଏକ ଲିଖିତ ଏଫଆଇଆର ପ୍ରଦାନ କରିବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଏସଆଇ ଅନନ୍ତ କୁମାର ପ୍ରଧାନ ପୃଥକ ପୃଥକ ଦୁଇଟି ମାମଲା ନଂ ୧୦ ଏବଂ ୧୧/୨୩ରେ ମାମଲା ରୁଜୁ କରି ନିଜେ ତଦନ୍ତ ଦାୟିତ୍ବ ନେଇ ତଦନ୍ତ କରିବା ସହ ଦୁଇ ନାବାଳିକାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

Share Now:

Kalinga News Beuro

Next Post

ନେତାଜୀଙ୍କ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୂତାର

Mon Jan 23 , 2023
ଭୁବନେଶ୍ବର : ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସମାଜସେବୀ ସତ୍ୟ ସୁତାର ଚଳିତ ବର୍ଷ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଗତ ବର୍ଷ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଚଳିତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମୁଖରେ ଏହି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଭାଷ ଚନ୍ଦ୍ର ବୋଷ ରୟାଲ […]
ଓଡ଼ିଆ ପୁଅ ସତ୍ୟ ସୂତାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial