ବନ୍ଧୁକ ସହିତ ସେଲଫି ନେବା ‌ହେଲା କାଳ: ଛାତିରେ ଗୁଳି ଫୁଟିବାରୁ ଯୁବକଙ୍କ ହେଲା ମୃତ୍ୟୁ

ଛାତିରେ ଗୁଳି ଫୁଟିବାରୁ ଯୁବକଙ୍କ ହେଲା ମୃତ୍ୟୁ

ଗ୍ରେଟର ନୋଏଡା: ଗ୍ରେଟର ନୋଏଡାରେ ବସବାସ କରୁଥିବା ଜଣେ ଯୁବକଙ୍କୁ ବନ୍ଧୁକ ସହିତ ସେଲଫି ନେବା ମହଙ୍ଗା ପଡ଼ିଛି। ବନ୍ଧୁକର ଟ୍ରିଗର ଚାପି ହୋଇଯିବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖେଦା-ଧର୍ମପୁରା ଗାଁର ସୌରଭ ମାଭି ତାଙ୍କ ସାଙ୍ଗ ନାକୁଲ ଶର୍ମାଙ୍କ ସହ ଯାଉଥିଲେ। ଏହି ସମୟରେ ସେ ପାଖରେ ଥିବା ବନ୍ଧୁକରେ ଗୁଳି ଲୋଡିଂ ଓ ଅନଲୋଡିଂ କରି ସେଲଫି ନେବାକୁ ପୋଚ ଦେଉଥିଲେ। ସେଲଫି ନେବା ସମୟରେ ଅସାବଧାନତା ହେତୁ ବନ୍ଧୁକର ଟ୍ରିଗର ଚାପି ହୋଇଯାଇଥିଲା। ଫଳରେ ଗୁଳି ଫୁଟି ସୌରଭଙ୍କ ଛାତି‌ରେ ବାଜିଥିଲା। ସଙ୍ଗେସଙ୍ଗେ ସାଙ୍ଗକୁ ସେଠାରୁ ଉଦ୍ଧାର କରି ଶାରଦା ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ ବୋଲି ନକୁଲ ଶର୍ମା କହିଛନ୍ତି। ଅତିରିକ୍ତ ଡିସିପି (କେନ୍ଦ୍ରୀୟ ନୋଏଡା) ଅଙ୍କୁର ଅଗ୍ରୱାଲ କହିଛନ୍ତି ଯେ ସୌରଭ ସାଙ୍ଗ ନାକୁଲଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ସୌରଭଙ୍କ ମୃତଦେହ ପଠାଇ ଦିଆଯାଇଛି।

Share Now:

Kalinga News Beuro

Next Post

କୋର୍ଟ ପରିସରରୁ ୯ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

Sun Nov 8 , 2020
ରାଉରକେଲା: ଆଜି ରାଉରକେଲା ଉଦିତନଗର ନୂଆ କୋର୍ଟ ପରିସରରୁ ଏକ ୯ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟିକୁ କୋର୍ଟ ପରିସରରେ ଦେଖି ଅନେକ ଭୟଭୀତ ହୋଇ ପଡ଼ିଥିଲେ। ଏତେ ଲମ୍ବର ଅଜଗର ଉଦ୍ଧାର ହେବା ଘଟଣା କ୍ୱଚିତ। ଓକିଲ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ବଳ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ କୋର୍ଟ […]
୯ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial