ରାଜଧାନୀରେ ମିଠା ଦୋକାନୀଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହତ୍ୟା: ପୂର୍ବ ଶତ୍ରୁତା ସନ୍ଦେହ

ବ୍ୟବସାୟୀଙ୍କୁ ମାରି ଦେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ଦ୍ୱିପ୍ରହରରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଜଣେ ମିଠା ଦୋକାନୀଙ୍କୁ ରାସ୍ତା ଉପରେ ଗୋଡ଼େଇ ଗୋଡେଇ ମାରଣାସ୍ତ୍ର ଦ୍ୱାରା ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀର ଉଗ୍ର ରୂପ ଦେଖି ପ୍ରତ୍ୟକ୍ଷଦର୍ଶୀ ଥରି ଉଠିଛନ୍ତି। ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ମିଠା ଦୋକାନୀଙ୍କୁ ହତ୍ୟା କରିଥିଲେ ଅନ୍ୟ ଜଣେ ମିଠା ଦୋକାନୀ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏକ ମିଠା ଦୋକାନ କରିଥିଲେ। ହତ୍ୟାକାରୀଙ୍କର ମଧ୍ୟ ଏକ ମିଠା ଦୋକାନ ଅଛି। କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରେ ମିଠା ଦୋକାନ ବନ୍ଦ ହୋଇଯାଇଥିଲା। କରୋନା କଟକଣା କୋହଳ ହେବା ପରେ ଉଭୟ ପୁଣି ନିଜ ନିଜର ମିଠା ଦୋକାନ ଖୋଲିଥିଲେ।

ତେବେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସାମନ୍ତରାପୁର-ପୁରୀ ରାସ୍ତାକୁ ବନ୍ଦ କରି ଦେଇଛନ୍ତି। ଉତ୍ତେଜିତ ଲୋକେ ଟାୟାର ଜାଳି ଘଟଣାକୁ ନେଇ ତୀବ୍ର ବିରୋଧ କରିଛନ୍ତି। ଅଭିଯୁକ୍ତକୁ ଗରିଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଖବର ପାଇ ଶ୍ରୀଲିଙ୍ଗରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ପୁଲିସ ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Share Now:

Kalinga News Beuro

Next Post

ଜୀବନ ଯୁଦ୍ଧରେ ହାରିଗଲେ ମହାରଥୀ: ପଞ୍ଚଭୂତରେ ଲୀନ ହେଲା ପାର୍ଥିବ ଶରୀର

Sun Oct 4 , 2020
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ମୃତ୍ୟୁ ବେଳକୁ […]
ମହାରଥୀଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial