ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରି ଜଣେ କନଷ୍ଟେବଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗରେ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସର ଜଣେ କନଷ୍ଟେବଳ ଥିବା ବି ଜଣାପଡ଼ିଛି। ସୂଚନାଯୋଗ୍ୟ, ସହିଦ ନଗର ଅଞ୍ଚଳର ଜଣେ ମହିଳା ଗତକାଲି ରାତିରେ ସ୍ୱାମୀଙ୍କ ସହିତ ଝଗଡ଼ା କରି ଚାଲିଚାଲି ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଯାଉଥିଲେ। ଏହି ସମୟରେ ସେହି ବାଟ ଦେଇ ଅଟୋରେ ଯାଉଥିବା ତିନିଜଣ ଯୁବକ ମହିଳାଙ୍କୁ କ’ଣ ଅସୁବିଧା ହୋଇଛି ପଚାରି ବୁଝିବା ପରେ ତାଙ୍କୁ ଅଟୋରେ ବସାଇ ପୁଲିସ ଷ୍ଟେସନ୍‌ ନେଇ ଯିବାକୁ କହିଥିଲେ। ଏହାପରେ ମହିଳା ଜଣକ ଅଟୋରେ ବସି ଯାଇଥିଲେ। ଅଟୋରେ ବସିଥିବା ତିନିଜଣ ଯୁବକ (ଅଟୋ ଚାଳକ, ଜଣେ ଯୁବକ ଓ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସର ଜଣେ କନଷ୍ଟେବଳ)ମହିଳାଙ୍କୁ ପୁଲିସ ଷ୍ଟେସନ୍‌ ନେବା ପରିବର୍ତ୍ତେ ଅନ୍ୟ ରାସ୍ତାରେ ନେଇ ଯାଉଥିବା ଦେଖି ମହିଳା ଜଣକ ପାଟି କରି ଶାନ୍ତିପଲ୍ଲି ବସ୍ତି ନିକଟରେ ଅଟୋରୁ ଡେଇଁ ପଡ଼ିଥିଲେ। ମହିଳା ଅଟୋରୁ ଡେଇଁପଡ଼ିବା ଦେଖି ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ଅପହରଣ କରି ନେଉଥିବା ୩ଜଣ ଯୁବକଙ୍କୁ କାବୁ କରି ସଦିଦ ନଗର ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ ପୁଲିସର ଫୋର୍ସର ଜଣେ କନେଷ୍ଟବଳ ଥିବା ଜଣାଯିବା ପରେ ଅଧିକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ରାଜ୍ୟରେ ଆଜି ୧୪୩ କରୋନା ପଜିଟିଭ ଚିହ୍ନଟ:୨୩୮୮ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Wed Jun 3 , 2020
ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଂଚିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୧୬୨୮୯୧ ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ୧୪୩ ଜଣ ପଜିଟିଭ ଚିହ୍ନଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial