ରୋଗୀଙ୍କୁ ଦୁଷ୍କର୍ମ କରି ଦାନ୍ତ ଡାକ୍ତର ଗିରଫ

ନୂଆଦିଲ୍ଲୀ: ସମାଜରେ ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି ଲୋକେ କହିଥାଆନ୍ତି। କାରଣ ମଣିଷ ଜୀବନକୁ ଭଗବାନଙ୍କ ପରେ ସେହି ଡାକ୍ତର ହିଁ ବଞ୍ଚାଇ ପାରିଥାଆନ୍ତି। କିନ୍ତୁ ରାଜସ୍ଥାନର ଜାଲୋର ଜିଲ୍ଲାର ଭିନମାଲ ସହରର ଜଣେ ଡାକ୍ତର ଏମିତି ଏକ ନିଚ କାମ କରିଛନ୍ତି ଯାହାକୁ ନେଇ ଲୋକେ କଡ଼ା ସମାଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଭିନମାଲ ସହରରେ ଦାନ୍ତ ଡାକ୍ତର ସୁରେଶ ସୁନ୍ଦେଶାଙ୍କ ଏକ କ୍ଲନିକ ଅଛି। ପ୍ରତିଦିନ ଦାନ୍ତ ଡାକ୍ତର ଥିବା ସୁରେଶଙ୍କ ପାଖକୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାଆନ୍ତି। ଏହି କ୍ରମରେ ଜଣେ ମହିଳା ବି ଦାନ୍ତ ଯନ୍ତ୍ରଣା ନେଇ ଚିକିତ୍ସା ପାଇଁ ସୁରେଶଙ୍କ ପାଖକୁ ଆସିଥିଲେ।
ସୁରେଶ ଉକ୍ତ ମହିଳାଙ୍କ ଦାନ୍ତ ଚିକିତ୍ସା କରିବା ନାମରେ ଆନାସ୍ଥିସିଆ ଦେଇଥିଲେ। ଯାହାଫଳରେ ମହିଳା ଅଚେତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଡାକ୍ତର ଅଚେତ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇ ରଖିଥିଲେ। ପରେ ଏହାକୁ ଭାଇରାଲ କରିବାର ଧମକ ଦେଇ ଡାକ୍ତର ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ ଲାଗିଥିଲେ। ମହିଳା ଜଣକ ବିବାହିତ। ସେ ଡାକ୍ତରଙ୍କ ଧମକରେ ଭୟଭୀତ ହୋଇଯାଇଥିଲେ, ତେଣୁ କାହାକୁ କିଛି କହି ନଥିଲେ। ଶେଷରେ ମହିଳା ଡାକ୍ତରଙ୍କ ନିର୍ଯାତନା ଆଉ ସହି ପାରିଲେ ନାହିଁ ଯାହା ହେବ ‌ଦେଖାଯିବ ବୋଲି ସ୍ଥିର କରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Share Now:

Kalinga News Beuro

Next Post

ମିଶନ ଶକ୍ତି ବଜାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ସହରରେ ଗାଁର ଭ୍ରମ

Wed Feb 28 , 2024
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କ ନିରନ୍ତର ଜୀବିକା ନିର୍ବାହ ପାଇଁ ଦୃଢ଼ ପ୍ଲାଟଫର୍ମ ହେବ ମିଶନ ଶକ୍ତି ବଜାର। ଏହା ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ୫-ଟି ଅନ୍ତର୍ଗତରେ ସେମାନଙ୍କ କାର୍ଯ୍ୟକୁ ବିକଶିତ କରିବ। ୟୁନିଟ୍‌-୮ରେ ମିସନ ଶକ୍ତି ବଜାରର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ଦିନ ପୂର୍ବରୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମିଶନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial