ମୁଣ୍ଡ ଜାମିନ ରଖି ଲକ୍ଷାଧିକ ଟଙ୍କା ଦାବି କଲେ ଦୁର୍ବୃତ୍ତ : ପୁଲିସ ହାତରେ ୩ ଅଭିଯୁକ୍ତ ଗିରଫ

ମୁଣ୍ଡ ଜାମିନ ରଖି ଲକ୍ଷାଧିକ ଟଙ୍କା ଦାବି କଲେ ଦୁର୍ବୃତ୍ତ

ଭୁବନେଶ୍ବର: ଯୁବକଙ୍କ ମୁଣ୍ଡ ଜାମିନ ରଖି ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗରେ କମିସନରେଟ ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବକେୟା ଟଙ୍କା ଆଦାୟକୁ ନେଇ ଭୁବନେଶ୍ୱର ବଡଗଡ଼ କେନାଲ ରୋଡ଼ରୁ ଜଣେ ଯୁବକକୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଅପହରଣ କରିଥିଲେ। ଦୁର୍ବୃତ୍ତମାନେ ଯୁବକଙ୍କୁ ମଞ୍ଚଶ୍ୱେର ଅଞ୍ଚଳରେ ରଖି ପରିବାର ଲୋକଙ୍କୁ ୨ ଲକ୍ଷା ଟଙ୍କା ମାଗୁଥିଲେ। ଏନେଇ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଭାଇ-ଭଉଣୀ ଓ ପରିବାର ସଦସ୍ୟ ସାଜି ଟଙ୍କା ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ବଡଗଡ଼ ପୁଲିସ ଟଙ୍କା ଦାବି କରିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ରାଜଧାନୀ ଭୁବନେଶ୍ବର ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଘରୁ ବାହାରିବା ମାତ୍ରେ ପ୍ରଥମେ ସୁରକ୍ଷା ଚିନ୍ତା କରିବାକୁ ପଡୁଛି। ରାସ୍ତାରେ କେତେବେଳେ କ’ଣ ଘଟିବ, ତାହା କେହି କହିପାରିବେ ନାହିଁ। ଭୁବନେଶ୍ବର ମହାନଗର ଉପରେ ସିସିଟିଭି ନଜର ରଖିଛି। ପ୍ରତି ଛକରେ ପୁଲିସ ମୁତୟନ ଅଛନ୍ତି। କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବୃତ୍ତମାନେ ଆଦୌ ଖାତିର କରୁନାହାନ୍ତି। ପୁଲିସର ଦୁର୍ବଳତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅନେକ ସମୟରେ ଅଘଟଣ ଘଟାଉଛନ୍ତି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ସୁରକ୍ଷା ଲଢେଇରେ ହାଇକୋର୍ଟ ବାର୍ ସହଯୋଗ ଲୋଡିଲା ଶ୍ରୀଜଗନ୍ନାଥ ସେନା

Thu May 19 , 2022
କଟକ: ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସହଯୋଗ ଓ ସମର୍ଥନ ଲୋଡାଯାଇଛି। ଏ ନେଇ ଶ୍ରୀଜଗନ୍ନାଥ ସେନା ତରଫରୁ ହାଇକୋର୍ଟ ବାର୍‌କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ହାଇକୋର୍ଟର ଆଇନଜୀବୀଙ୍କ ସହିତ ଆଲୋଚନା କରିବା ସହିତ ଶ୍ରୀମନ୍ଦିର ମନ୍ଦିର ସୁରକ୍ଷା ପ୍ରସଂଗରେ ସହଯୋଗ କରିବାକୁ କହିଥିଲେ। ଏହି ଅବସରରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ […]
ଶ୍ରୀଜଗନ୍ନାଥ ସେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial