ବାଲେଶ୍ଵର: ପରିବାର ଅଦାଲତ ହତା ପାଲଟିଲା ରଣକ୍ଷେତ୍ର। ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍ ହେଲେ ଦମ୍ପତି। ବ୍ୟକ୍ତିଙ୍କ ହେଲମେଟ୍ ମାଡ଼ରେ ଗୁରୁତର ହେଲେ ଯୁବତୀ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଘଟଣା ଅନୁସାରେ ଚାନ୍ଦିପୁର ଥାନା ଅନ୍ତର୍ଗତ ମଝିକିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀଙ୍କ ୩ ବର୍ଷ ପୂର୍ବେ ଛାଡ଼ପତ୍ର ହୋଇଥିଲା। ଏହି ମାମଲା ଏବେ ପରିବାର ଅଦାଲତରେ ବିଚାରାଧୀନ ଥିବା ବେଳେ ଆଜି କୌଣସି କାରଣବଶତଃ ଉଭୟେ କୋର୍ଟ ହତା ଆଗରେ ମାରପିଟ୍ ହୋଇଥିଲେ। ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ଏତେ ଜୋର ହୋଇଥିଲା ଯେ ରତିକାନ୍ତ ରଶ୍ମିରେଖାଙ୍କୁ ହେଲମେଟରେ ମୁଣ୍ଡକୁ ପ୍ରହାର କରିଥିଲେ। ଏହାଫଳରେ ରଶ୍ମିରେଖାଙ୍କ ମୁଣ୍ଡରେ ଏତେ ଶକ୍ତ ଆଘାତ ଲାଗିଥିଲା ଯେ ସେ ଅଚେତ ହୋଇ ଯାଇଥିଲେ।
Share Now: