ବେକରେ ପଥର ବନ୍ଧା ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଗୁରୁବାର ନୂଆଗୁଡା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି କୋଡ଼ିଙ୍ଗା ପୁଲିସକୁ ଖବର ଦେଇଥିଲେ। କୋଡ଼ିଙ୍ଗା ପୁଲିସ ଓ କୋଷାଗୁମୁଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ। ପୁଲିସ ଶବ ଉଦ୍ଧାର ବେଳେ ଯୁବକଙ୍କ ବେକରେ ଗୋଟେ ବଡ ପଥର ଗାମୁଛା ଦ୍ୱାରା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ପଥର ବନ୍ଧା ଯାଇଥିବା ଦେଖି ପୁଲିସ ଘଟଣାକୁ ଗୁରୁତର ସହ ନେବା ସହ ସାଇଣ୍ଟିପିକ୍ ଟିମ୍ ସହ ପାପଡ଼ାହାଣ୍ଡି ଏସ୍ ଡି ପିଓ ଆଦିତ୍ୟ ସେନ୍‌, କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ତଦନ୍ତ କରିଛନ୍ତି। ମୃତ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କଂଗ୍ରା ପଞ୍ଚାୟତ କନ୍ଧଗୁଡ଼ା ଗ୍ରାମର ରମେଶ କୁମ୍ଭାର (୪୫)ଙ୍କ ବୋଲି ଜଣାପଡିଛି। ସେ କିଛି ଦିନ ତଳେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସିଙ୍ଗିଗୁଡା ନିଜ ଶ୍ଵଶୁର ଘରକୁ ଆସିଥିବା ବେଳେ ଗତ ମଙ୍ଗଳବାର ଦିନ ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ଶବ ପୋଖରୀରୁ ଉଦ୍ଧାର ହୋଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ମୃତ ବ୍ୟକ୍ତିଙ୍କ ଭାଇ ଗଣପତି କୁମ୍ଭାର କୋଡ଼ିଙ୍ଗା ଥାନାରେ ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ନେଇ ଏତେଲା ଦେଇଥିବା ଜଣାପଡ଼ିଛି। କୋଡ଼ିଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଯୁଗଳ ଶବର ସୂଚନା ଦେଇଛନ୍ତି। ଶବକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

Share Now:

Kalinga News Beuro

Next Post

ଡବଲିନ୍‌ରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

Thu Aug 17 , 2023
ଡବଲିନ: ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ମିତ ଓ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଦେଶରେ ପ୍ରଦର୍ଶିତ ହୋଇଛି। ଜଗନ୍ନାଥଙ୍କ କୃପାରୁ ଏହି ଚଳଚ୍ଚିତ୍ରଟି ଗତ ୧୩ ତାରିଖରେ ଡବଲିନ୍‌ର ସାଇଣ୍ଟୋଲୋଜି କମ୍ୟୁନିଟି ସେଣ୍ଟରରେ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଓଡ଼ିଆ ବ୍ୟତୀତ ଅଳ୍ପ ସଂଖ୍ୟକ ବଙ୍ଗୀୟ ଲୋକ ଏବଂ ଇଟାଲୀୟମାନେ ଏହି ଫିଲ୍ମ ଦେଖିଛନ୍ତି। ସେମାନେ ଓଡ଼ିଶା ଏବଂ […]
ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial