ଚାଷୀଙ୍କ ଉପରେ ମାଡିଗଲା ଟ୍ରକ୍: ଘଟଣାସ୍ଥଳରେ ମୃତ୍ୟୁ, ୪ଗୁରୁତର

ଚାଷୀଙ୍କ ଉପରେ ଚଢିଗଲା ଟ୍ରକ୍

ଯାଜପୁର: ଯାଜପୁର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥର ବାରବାଟୀ ଛକ ଠାରେ ଥିବା ଗଣେଶ ପରିବା ହାଟ ନିକଟରେ ରାସ୍ତାକଡରେ ବସି ବେପାର କରୁଥିବା ପରିବା ଚାଷୀଙ୍କ ଉପରକୁ ଟ୍ରକ ଚଢ଼ିଯାଇଛି। ଏହାଫଳରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ବ୍ୟବସାୟୀ ଓ ଜଣେ ଚାଷୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଦୈନିକ ସକାଳୁ ବାରବାଟୀ ହାଟରେ ପରିବା ଚାଷୀଙ୍କ ଭିଡ଼ ଲାଗି ରହୁଥିବା ବେଳେ ଆଜି ଚାଷୀଙ୍କ ଭିଡ଼ ରହିଥିଲା। କଲିକତାରୁ କଟକ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ ବାରବାଟୀ ଛକଠାରେ ଏକ ଲୁହା ବୋଝେଇ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଚାଷୀଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ପ୍ରଥମଖଣ୍ଡି ଅଞ୍ଚଳର ଅମୂଲ୍ୟ ସେଠୀ(୩୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ସରବଣା ଅଞ୍ଚଳର ବିଭୀଷଣ ଦାସ(୬୫) ଓ ପେଙ୍ଗୁଆ ଅଞ୍ଚଳର ବୀର ସାହୁ(୩୫) ଙ୍କ ସମେତ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବିଭୀଷଣ ଦାସ ଓ ବୀର ସାହୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଅନ୍ୟ ୨ଜଣ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଫେରାର ହୋଇଯାଇଛି।

Share Now:

Kalinga News Beuro

Next Post

ବନ୍ୟାଜଳରେ ବୁଡି ରହିଛି ୨୨ପାଞ୍ଚାୟତର ୭୫୬୦ ହେକ୍ଟର ଚାଷ ଜମି

Fri Sep 4 , 2020
ଗର୍ଭବତୀଙ୍କୁ ପାଣିଘେରରୁ ଉଦ୍ଧାରକଲା ଦମକଳ ବାହିନୀ ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଏବେ ବନ୍ୟାସ୍ଥିତି ଧୀରେ ଧୀରେ ସୁଧୁରୁଛି। ଅନ୍ୟପଟେ ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାଜଳରେ ଦୀର୍ଘଦିନ ଧରି ଚାଷଜମି ବୁଡି ରହିଛି। ବ୍ଲକର ୨୨ଟି ପଞ୍ଚାୟତର ୯୬ ଗାଁରେ ୭୫୬୦ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। ବ୍ଲକର ବୋଡ଼କ , ତଳଗୋପବିନ୍ଧା, ଗୁଆମାଳ, ମୁକୁନ୍ଦପୁର ,କୋଲ୍ହ , ସିନ୍ଦଳ, ଫତେପୁର , ବାହାବଳପୁର , ଦୌଲତପୁର, […]
ପାଣିଘେରରୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial