ବନ୍ୟାଜଳରେ ବୁଡି ରହିଛି ୨୨ପାଞ୍ଚାୟତର ୭୫୬୦ ହେକ୍ଟର ଚାଷ ଜମି

ପାଣିଘେରରୁ

ଗର୍ଭବତୀଙ୍କୁ ପାଣିଘେରରୁ ଉଦ୍ଧାରକଲା ଦମକଳ ବାହିନୀ

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଏବେ ବନ୍ୟାସ୍ଥିତି ଧୀରେ ଧୀରେ ସୁଧୁରୁଛି। ଅନ୍ୟପଟେ ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାଜଳରେ ଦୀର୍ଘଦିନ ଧରି ଚାଷଜମି ବୁଡି ରହିଛି। ବ୍ଲକର ୨୨ଟି ପଞ୍ଚାୟତର ୯୬ ଗାଁରେ ୭୫୬୦ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। ବ୍ଲକର ବୋଡ଼କ , ତଳଗୋପବିନ୍ଧା, ଗୁଆମାଳ, ମୁକୁନ୍ଦପୁର ,କୋଲ୍ହ , ସିନ୍ଦଳ, ଫତେପୁର , ବାହାବଳପୁର , ଦୌଲତପୁର, ଯାମଜୋଡି , ରାଜନଗର , ସୟା , ନରେନ୍ଦ୍ରପୁର ,ବାମନବିନ୍ଧା , ହରସିଂପୁର ଓ ସାହସପୁର ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଥିବାର ପ୍ରାଥମିକ ଆକଳନ କରାଯାଇଛି। ବନ୍ୟାଜଳ କମିବାପରେ ରାଜସ୍ବ ନିରୀକ୍ଷକ ଓ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଯୁଗ୍ମ ଅନୁଧ୍ୟାନ କରାଯାଇ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବ୍ଲକ କୃଷି ଅଧିକାରୀ ସମରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ବୋଡ଼କ ପଞ୍ଚାୟତର ହାଟ ନଗର ଏବଂ ଓରାଳୀ ଗ୍ରାମର ବନ୍ୟାପାଣି ଘେରରେଥିବା ଦୁଇଜଣ ଗର୍ଭବତୀ ମହିଳାଙ୍କୁ ତିହିଡି ଦମକଳ ବାହିନୀ ଅଧିକାରୀଙ୍କ ତତ୍ୱାବଧାନରେ ଏକ ଟିମ ଉଦ୍ଧାରକରି ତିହିଡି ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଜରିଆରେ ପଠାଇଥିଲେ। ସେହିପରି ବନ୍ୟା ଘେରରେଥିବା ଲୋକମାନେ ପାନୀୟଜଳ ସଙ୍କଟ ଦେଇ ଗତିକରୁଛନ୍ତି। ତେଣୁ ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାବଧାନରେ ପାଣିଟାଙ୍କି ନିଆଯାଇ କାଁପଡା ପଞ୍ଚାୟତରେ ପାନୀୟଜଳ ବଣ୍ଟନ କରିଥିଲେ। ବନ୍ୟା ଛାଡ଼ିବାପରେ ବନ୍ୟାଞ୍ଚଳର ସମସ୍ତ ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ ଗୁଡିକ ବିଶୋଧନ କରାଯିବ ବୋଲି ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଗଞ୍ଜାମରୁ ସୁରତକୁ ଯାଉଥିବା ବସ୍ ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ: ୭ଜଣଙ୍କର ମୃତ୍ୟୁ

Sat Sep 5 , 2020
୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମାଲକାନଗିରି: ଓଡ଼ିଶାର ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୭ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସର ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଏହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ପ୍ରାଣହାନି ଘଟିଥିଲା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର […]
ବସ୍ ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial