୨୮ ବର୍ଷୀୟ ଯୁବକଙ୍କ କଳା କାରନାମା : ୬୫ ଯୁବତୀଙ୍କୁ ପ୍ରେମରେ ଫସାଇ କରିଥିଲା ଅଶ୍ଳୀଳ ଭିଡିଓ

୨୮ ବର୍ଷୀୟ ଅଭିଯୁକ୍ତକୁ ଧରିଲା ପୁଲିସ

ଅଭିଯୁକ୍ତକୁ ଗିରଫ କଲା ପୁଲିସ

କାନପୁର: ବୟସ ମାତ୍ର ୨୮, କିନ୍ତୁ ଯୁବକ ଜଣକ ଏଭଳି କିଛି ଅପରାଧ କରିଛନ୍ତି, ଯେଉଁଥିପାଇଁ ପୁଲିସ ତାଙ୍କୁ ଗିରଫ କରିଛି।ଉତ୍ତରପ୍ରଦେଶର କ୍ରାଇମବ୍ରାଞ୍ଚ ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଯିଏ କି ୬୫ ଜଣ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା ଓ ସେମାନଙ୍କ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲା। ପୀଡିତାଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଅଗଷ୍ଟ ୭ ରେ କାନପୁରର କଲ୍ୟାଣପୁର ଥାନାରେ ଅଭିଯୋଗ କରିଥିଲେ। ଡିସିପି (କ୍ରାଇମ) ସଲମାନ ତାଜ ପାଟିଲଙ୍କ କହିବା ମୁତାବକ ଜଣେ ଯୁବତୀ ଅଭିଯୋଗ କରିଥିଲେ ଯେ ଅଙ୍କୁର ଉମର ନାମକ ଜଣେ ବ୍ୟକ୍ତି ଫେସବୁକ ମାଧ୍ୟମରେ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ। ଏହା ପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ତାଙ୍କର ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ। ଅଭିଯୁକ୍ତ ଜଣକ ବର୍ତ୍ତମାନ ତାଙ୍କୁ ବ୍ଲାକମେଲ କରୁଛି। ଏହା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା। ତେବେ ଗିରଫ ଯୁବକଙ୍କ ନାମ ପ୍ରକୃତରେ ୨୮ ବର୍ଷୀୟ ଶେଖର ବୋଲି ଜଣାପଡିଛି। ସେ ଶାହାଜାହାନପୁରର ବାସିନ୍ଦା। ଯେତେବେଳେ କ୍ରାଇମବ୍ରାଞ୍ଚ ତାଙ୍କ ମୋବାଇଲ୍ ଏବଂ ଫେସବୁକ୍ ଆକାଉଣ୍ଟକୁ କ୍ରସ-ଚେକ୍ କରିଥିଲା, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ମୋବାଇଲ ଫୋନରୁ ଝିଅମାନଙ୍କର ପ୍ରାୟ ୬୫ଟି ଅଶ୍ଳୀଳ ଭିଡିଓ ଉଦ୍ଧାର କରାଯାଇଛି। ଏହା ସହିତ ଶହ ଶହ ଝିଅଙ୍କ ସହିତ ଚାଟ୍ ଏବଂ ସେମାନଙ୍କ ମୋବାଇଲ୍ ନମ୍ବର ମଧ୍ୟ ଦେଖିବାକୁ ମିଳିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଶେଖର ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ନକଲି ଆଇଡି ମାଧ୍ୟମରେ ଝିଅମାନଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ। ତା’ପରେ ସେ ସେମାନଙ୍କୁ ନିଜ ପ୍ରେମର ଜାଲରେ ପକାଉଥିଲେ। ଏହା ପରେ ସେ ଅଶ୍ଳୀଳ ଭିଡିଓ ତିଆରି କରି ସେମାନଙ୍କୁ ବ୍ଲାକମେଲ କରୁଥିଲେ।

Share Now:

Kalinga News Beuro

Next Post

ଏମଭି-୭ରେ ଗଣଶିକ୍ଷା ମନ୍ତ୍ରୀ : ହାଇସ୍କୁଲକୁ ୧୮ ଲକ୍ଷ ଟଙ୍କା ଦେବା ନେଇ ଦେଲେ ପ୍ରତିଶୃତି

Sun Aug 22 , 2021
ମାଲକାନଗିରି: ମାଲକାନଗିରି ନିକଟସ୍ଥ ଏମଭି-୭ ସ୍ଥିତ ଜଗନ୍ନାଥପାଲ୍ଲୀ ହାଇସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରିଦର୍ଶନ କରିଛନ୍ତି। ଆଜି ପବିତ୍ର ରାକ୍ଷୀ ବନ୍ଧନ ଉତ୍ସବ ରହିଥିବାରୁ ଏହି ବିଦ୍ୟାଳୟର ଛାତ୍ରୀମାନେ ମନ୍ତ୍ରୀ ସମୀର ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସମସ୍ତେ ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ଆର୍ଶିବାଦ କାମନା କରିଥିଲେ। ମାଲକାନଗିରି ଜିଲ୍ଲାର ସବୁଠାରୁ ଉତ୍ତମ ସ୍କୁଲ ଭାବେ ଜଗନ୍ନାଥପାଲ୍ଲୀ ହାଇସ୍କୁଲ ସବାଗ୍ରେ ରହିଛି। ତେବେ ଏହା […]
ଗଣଶିକ୍ଷା ମନ୍ତ୍ରୀ ଏମଭି-୭

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial