ନାବାଳିକାଙ୍କ ମୁହଁରେ ନିର୍ଯାତନାର କରୁଣ କାହାଣୀ : ଦେହ ବ୍ୟବସାୟରେ ଲଗାଇଥିଲେ ପାର୍ଲର ମାଲିକାଣୀ

ନାବାଳିକାକୁ ଗଣଦୁଷ୍କର୍ମ

ବ୍ୟାସନଗର : ବ୍ୟାସନଗରରେ ଜଣେ ପାର୍ଲର ମାଲିକାଣୀଙ୍କ ଦ୍ୱାରା ଚାଲିଥିବା ସେକ୍ସ ରାକେଟ୍‌ ଉପରୁ ପରଦା ହଟିଛି। କାମ ଦେବା ବାହାନାରେ ଆଣି ଜଣେ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିଲେ। ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମଦେବା ସହ ତା’ଉପରେ ହୋଇଥିବା ଅକଥନୀୟ ନିର୍ଯାତନାର କାହାଣୀ ପୁଲିସକୁ ଜଣାଇବା ପରେ ପାର୍ଲର ମାଲିକାଣୀଙ୍କ କାରନାମା ପଦାରେ ପଡ଼ିଛି। ଯାଜପୁରରୋଡ଼ ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଗଞ୍ଜାମ ‌ପୋଲସରା ଅଞ୍ଚଳର ଜଣେ ନାବାଳିକା ପିଲାଦିନରୁ ମା’ଙ୍କୁ ହରାଇଥିଲେ। ଫୋନ୍‌ରେ ବାର୍ତ୍ତାଳାପ କରିବାକୁ ନେଇ ପରିବାର ଲୋକେ ଗାଳି ଦେବାରୁ ନାବାଳିକା ଜଣକ ଘରୁ ଚାଲିଆସିଥିଲେ। ଭୁବନେଶ୍ବରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମହିଳା ଜଣକ ଘରେ କାମ କରିବାକୁ ଡାକିନେଇ କେନ୍ଦ୍ରାପଡ଼ାରେ ବିକ୍ରି କରି ଦେଇଥିଲେ। ସେଠାରେ ବନ୍ଧୁକ ଦେଖାଇ ତାଙ୍କୁ ଜୋର୍‌ଜବରଦସ୍ତ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା। ଏହାପରେ ୨୦୧୯ ଜାନୁଆରିରେ ଯାଜପୁରରୋଡର ଜଣେ ପାର୍ଲର ମାଲିକାଣୀଙ୍କ ନିକଟକୁ ନାବାଳିକାକୁ ପଠାଇ ଦିଆଯାଇଥିଲା। ଏଠାରେ ମଧ୍ୟ ସଂପୃକ୍ତ ନାବାଳିକାଙ୍କୁ ପାର୍ଲର ମାଲିକାଣୀ ଦେହ ବ୍ୟବସାୟରେ ଲଗାଇଥିଲେ।
ପାର୍ଲର ମାଲିକାଣୀ ଅନ୍ୟ ଯୁବତୀଙ୍କୁ ମଧ୍ୟ ଏହି କାରବାରରେ ଲଗାଇଥିବା ଦେଖି ଏଠାରୁ ଖସିବାର ଉପାୟ ଚିନ୍ତା କରୁଥିଲେ ଏହି ପୀଡ଼ିତା ନାବାଳିକା। ଏହି ସମୟ‌‌ରେ ଭଉଣୀ ବାହାଘର ଥିବାରୁ ନାବାଳିକା ଜଣକ ନିଜ ଘରକୁ ଚାଲିଯାଇଥିଲେ। ତେବେ ପାର୍ଲର ମାଲିକାଣୀ ସବୁକଥା ପ୍ରଘଟ କରିଦେବାର ଧମକ ଦେଇ ପୁଣି ବ୍ୟାସନଗରକୁ ଡକାଇ ଆଣିଥିଲେ। ଦେହ ବ୍ୟବସାୟରେ ନିୟୋଜିତ ନାବାଳିକା ଜଣକ ଗର୍ଭବତୀ ହୋଇଥିବାବେଳେ ଡାକ୍ତରଙ୍କ ଅସହଯୋଗ ଯୋଗୁଁ ଗର୍ଭନଷ୍ଟ କରାଇ ପାରିନଥିଲେ। ଏଭଳି କି ପ୍ରସବର ଘଣ୍ଟାଏ ପୂର୍ବରୁ ମଧ୍ୟ ସଂପୃକ୍ତ ନାବାଳିକାକୁ ଜଣେ ଗ୍ରାହକଙ୍କ ହାତରେ ଟେକି ଦିଆଯାଇଥିଲା। ଗତ ୧୫ ତାରିଖରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ପାର୍ଲର ମାଲିକାଣୀ ସମସ୍ତଙ୍କ ଅଗୋଚରରେ ଡାକ୍ତରଖାନାରୁ ନାବାଳିକାଙ୍କୁ ନେଇ ପୁନର୍ବାର କାମରେ ଲଗାଇଥିଲେ। ଏହି ନରକ ଯନ୍ତ୍ରଣାରୁ ମୁକ୍ତି ପାଇଁ ମାନସିକ ପ୍ରସ୍ତୁତି କରି ପୀଡ଼ିତା ନିଜ ନବଜାତ ଶିଶୁକନ୍ୟାକୁ ଧରି ସେଠାରୁ ଗତକାଲି ଯାଜପୁରରୋଡ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଘଟଣା ସଂପର୍କରେ ଅବଗତ ହେବା ପରେ ପୁଲିସ ଉଭୟ ମା’ ଝିଅଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ କେନ୍ଦ୍ରରେ ଛାଡ଼ିଛି। ଏନେଇ ଯାଜପୁରରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରଯିବାରେ ପୀଡ଼ିତାଙ୍କୁ ସିଡବ୍ଲୁସିରେ ହାଜର ପାଇଁ ପଠାଯାଇଛି। ସେଠାରୁ କାଉନସେଲିଂ ‌ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାସନଗରର ଜନଗହଳିପୂର୍ଣ୍ଣ ହୁଡ଼ିସାହିରେ ଦୀର୍ଘଦିନ ହେଲା ଏହି ମହିଳା ଜଣକ ସେକ୍ସ ରାକେଟ ଚଳାଇ ଆସୁଥିଲେ। ଏ ନେଇ ଜଣେ ମହିଳା ପୂର୍ବରୁ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଜୋରଜବରଦସ୍ତ ସେକ୍ସ ରାକେଟ୍‌ରେ ନିୟୋଜିତ କରି ଅନେକ ଜୀବନ ନଷ୍ଟ କରିଥିବା ଏହି ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Share Now:

Kalinga News Beuro

Next Post

ଖାକିରେ କଳଙ୍କ: ପୁଲିସ୍‌-ମାଫିଆ ସମ୍ପର୍କ-ଥାନାରୁ ହଟିଲେ ଆଇଆଇସି,ଏସ୍‌ପିଙ୍କ ତଦନ୍ତ ନିର୍ଦ୍ଦେଶ

Tue Aug 25 , 2020
ଭଣ୍ତାରିପୋଖରୀ : ପୁଣି ଖାକିରେ କଳଙ୍କ ଛିଟା। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆଇଆଇସିଙ୍କ ଡ୍ରଗ୍ସ ମାଫିଆ ଲିଙ୍କ୍‌ ଚର୍ଚ୍ଚା ନ ଥମୁଣୁ ଏବେ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଆଇଆଇସି ଓ ଜଣେ ବାଲି ମାଫିଆଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ ସାର୍ବଜନୀନ ହୋଇଛି। ପୁଲିସ-ମାଫିଆ ସଂପର୍କ ପଦାକୁ ଆସିବା ପରେ ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ଭଣ୍ତାରିପୋଖରୀ ଥାନା ଆଇଆଇସି ସନାତନ ସାହୁଙ୍କୁ ତତକ୍ଷଣାତ୍‌ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ […]
ଖାକିରେ କଳଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial