ଜମିବାଡ଼ି ବିବାଦରୁ ଗୁଳି ମାରି ଭାଇଙ୍କୁ ହତ୍ୟା : ଅଭିଯୁକ୍ତ ଫେରାର

ଦାଦାପୁଅ ଭାଇଙ୍କୁ ହତ୍ୟା

ପାଇକସାହି: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ତୋଫାନ ଭୋଇ। ଅଭିଯୁକ୍ତ ହେଲେ ଶ୍ରୀକାନ୍ତ ଭୋଇ। ପୁଲିସ କହିବା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୋଫାନ ଭୋଇଙ୍କୁ ଶ୍ରୀକାନ୍ତ ଏକ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଛନ୍ତି। ଏ ନେଇ ଠାକୁରଗଡ଼ ପୁଲିସ ଖବର ପାଇ ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କଅଁର, ଠାକୁରଗଡ଼ ଆଇଆଇସି ପ୍ରିୟବତ ଦାସଙ୍କ ସମତେ ପୁଲିସ ଟିମ୍‌ ଘାଟଣାସ୍ଥଳରେ ପହଞ୍ଚି ଘାଟଣାର ଅନୁଧ୍ୟାନ କରୁଛନ୍ତି। ଶ୍ରୀକାନ୍ତ ଓ ତୋଫାନ ସମ୍ପର୍କରେ କକା ପୁଅ ଭାଇ ହୋଇଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଛି। ବୁଧବାର ରଜ ପାଇଁ ଘରେ ଗହଳି ଥିବା ବେଳେ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ପରେ ଏଥିରେ ଶ୍ରୀକାନ୍ତ ଉତକ୍ଷିପ୍ତ ହୋଇ ଘରେ ରଖି ଥିବା ଦେଶୀ ବନ୍ଧୁକ ଆଣି ତୋଫାନଙ୍କୁ ଗୁଳି କରିଥିଲା। ତୋଫାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଶ୍ରୀକାନ୍ତ ଫେରାର ଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ

Wed Jun 14 , 2023
କୋଲକାତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ କାଉଣ୍ଟର ଅଞ୍ଚଳରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୩ଟି ଦମକଳ କର୍ମୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।ମିଳିଥିବା ସୂଚନା ଅନୁସାରେ ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ ନିକଟରେ ଥିବା ଡି-ପୋର୍ଟାଲ ଏରିଆରେ ରାତି ୯ଟା ୧୦ ମିନିଟରେ ନିଆଁ ଲାଗିଥିଲା। ଡି-ପୋର୍ଟାଲ […]
କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial