ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ବନ୍ଧା ମୃତଦେହ, ପୁଲିସର ତଦନ୍ତ ଆରମ୍ଭ

ଗଛରେ ବନ୍ଧା ହୋଇଛି ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି। ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ବ୍ୟକ୍ତିଜଣକ ବେକରେ ଗାମୁଛା ଦେଇକି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଜଣା ପଡୁଥିବା ବେଳେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ସ୍ବାଭିମାନ ଅଞ୍ଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଇ ଦିଆଯିବ : ମୁଖ୍ୟ ସଚିବ

Fri Apr 15 , 2022
ସେତୁ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବମାଲକାନଗିରି/ଚିତ୍ରକୋଣ୍ଡା: ସ୍ବାଭିମାନ ଅଞ୍ଚଳର ଚାଷୀଙ୍କ ପାଇଁ ଉଠାଜଳସେନ ମାଧ୍ୟମରେ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ୭୦ଟି ଉଠାଜଳସେଚନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମେଗା ବୋରୱେଲ ମଧ୍ୟ ଖୋଳାଯିବା ନେଇ ଆଲୋଚନା ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଏହା କହିଛନ୍ତି। ଦୁଇ ଦିନିଆ […]
ସ୍ବାଭିମାନ ଅଂଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial