ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଶେଷ : ଗିରଫ କଲା ଇଡି

୭ ଦିନିଆ ରିମାଣ୍ଡ ଶେଷ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ଗିରଫ କରିଛି। ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ଆଜି କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି। ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଅର୍ଚ୍ଚନାଙ୍କୁ ଗିରଫ କରିଛି। ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଅର୍ଚ୍ଚନାଙ୍କୁ ଗିରଫ କରିଛି। ଅର୍ଚ୍ଚନା ନାଗ ମାମଲାରେ ଇଡି ପୂର୍ବରୁ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, କମିସନରେଟ ପୁଲିସ ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ। ତେବେ ରିମାଣ୍ଡ ସମୟରେ ଇଡିକୁ ଅର୍ଚ୍ଚନାଙ୍କ ପାଖରୁ ଅନେକ ତଥ୍ୟ ହସ୍ତଗତ ହୋଇଛି। ତେବେ ଇଡି ଅର୍ଚ୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଣି ଥରେ ରିମାଣ୍ଡ ନେବାକୁ ଚାହୁଁଛି। ଏଥି ପାଇଁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଇଡି ଆବେଦନ କରିଛି।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ : ନୀତୀଶ କୁମାର

Tue Dec 13 , 2022
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମହାଗଠବନ୍ଧନର ସମସ୍ତ ଦଳର ବିଧାୟକ ତଥା ଏମଏଲସିଙ୍କ ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ କୁମାର କହିଛନ୍ତି ଯେ ବର୍ତ୍ତମାନ ତେଜସ୍ୱୀ ଯାଦବଙ୍କୁ ଆଗକୁ ବଢିବାକୁ ପଡିବ। ଏହାପୂର୍ବରୁ ସୋମବାର ମଧ୍ୟ ନୀତୀଶ କୁମାର ତେଜସ୍ୱୀଙ୍କୁ ଆଗକୁ ବଢାଇବା ବାବଦରେ କହିଥିଲେ। ସେ କହିଛନ୍ତି ଯେ ତାଙ୍କର ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ, କିନ୍ତୁ ବିଜେପିକୁ ପରାସ୍ତ […]
ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial