ସୀମାନ୍ତରେ ମାତିଲେ ମାଓବାଦୀ : ଯୁବକଙ୍କୁ ଗୁଳି କରି ହତ୍ୟା କଲେ

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏମିତି ଘଟଣା ଘଟିଛି। ମୃତକ ହେଲେ ମେନସନ ଭେଙ୍ଗରା (୩୦)। ମାଓବାଦୀ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିଲା। ସେଠାରେ ମାଓବାଦୀ ନକ୍ସଲ ପୋଷ୍ଟର ଛାଡ଼ି ଯାଇଛନ୍ତି। ମୃତ ଯୁବକ ମାଓବାଦୀ ନାଁରେ ଚାନ୍ଦା ମାଗି ଗତ ୨୦୨୩ ମେ ମାସରେ ଜେଲ ଯାଇଥିଲେ। ଗତ ଦୁଇ ମାସ ତଳେ ଜେଲରୁ ବାହାରିଥିଲେ। ସିଆରପିଏଫ ଓ ଝାରଖଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ନୂଆ ରାଇଫଲ୍‌ ‘ଉଗ୍ରମ୍‌’ ନିର୍ମାଣ କଲା ଭାରତ : ୫୦୦ ମିଟର୍‌ ଦୂରରୁ ଲକ୍ଷ୍ୟ ଭେଦ କରିହେବ

Wed Jan 10 , 2024
ନୂଆଦିଲ୍ଲୀ: ୧୦୦ ଦିନରୁ କମ୍‌ ସମୟ ମଧ୍ୟରେ ଭାରତର ‘ଡିଫେନ୍‌ସ୍‌ ରିସର୍ଚ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ‘ଉଗ୍ରମ୍‌’ ନାମରେ ଗୋଟାଏ ରାଇଫଲ୍‌ ନିର୍ମାଣ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଉଗ୍ରମ୍‌’ ରାଇଫଲ୍‌ର ନିର୍ମାତା ହେଉଛନ୍ତି ‘ଡିଆର୍‌ଡିଓ’ର ଅନ୍ୟତମ ସଂସ୍ଥା ‘ଆର୍ମାମେଣ୍ଟ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌’ (ଏଆର୍‌ଡିଇ) ଓ ହାଇଦ୍ରାବାଦର ଘରୋଇ କମ୍ପାନି ‘ଦ୍ୱୀପା ଆର୍ମୋର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’। ଏହି ରାଇଫଲ୍‌ରେ ୭.୬୨ ମିଲିମିଟର୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial