ନିଜ ବାହାଘରରେ ବିଷ ପିଇଲେ ବର ଓ କନ୍ୟା : ଜଣେ ମୃତ, ଅନ୍ୟ ଜଣେ ଲାଇଫ୍‌ ସପୋର୍ଟରେ

ନିଜ ବାହାଘରରେ ବିଷ ପିଇଲେ ବର ଓ କନ୍ୟା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିବାହ ଉତ୍ସବରେ ଉଭୟ ବର କନ୍ୟାଙ୍କ ମଧ୍ୟରେ କଳହ ଉପୁଜିବା ପରେ କଥା ବିଷ ପିଇବା ପର୍ଯ୍ୟନ୍ତ ଯାଇଥିଲା। ବିଷ ପିଇବା ପରେ ବରଙ୍କର ଜୀବନ ଚାଲି ଯାଇଥିବା ବେଳେ କନ୍ୟା ଗୁରୁତର ଅଛନ୍ତି। ଏହି ଘଟଣା ଗତ ମଙ୍ଗଳବାର ଦିନର। ବର କନ୍ୟା ଝଗଡ଼ା ଲାଗି ବିଷ ପିଇବାରୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆ ଯାଇଥିଲା। ହସ୍ପିଟାଲ୍‌ରେ ଚକିତ୍ସାଧୀନ ଅବସ୍ଥାରେ ବରଙ୍କର ମୃତ୍ୟୁ ଘଟିଥିବା ବେଳେ କନ୍ୟା ଏବେ ବି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।
ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସବ୍-ଇନ୍ସପେକ୍ଟର (ଏଏସଆଇ) ରମଜାନ ଖାନ କହିଛନ୍ତି, ‘ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ ହେଉଥିବା ବେଳେ ବର ଜଣକ ବିଷ ପିଇଥିଲେ। ଏକଥା ଯେତେବେ‌ଳେ ୨୦ ବର୍ଷୀୟା କନ୍ୟାଙ୍କୁ କୁହାଗଲା ତ ସେ ବି ବିଷ ପିଇଦେଲେ। ତାପରେ ଉପସ୍ଥିତ ସ୍ଥାନୀୟ ଲୋକ ଉଭୟଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ବର ଜଣକ ସଙ୍ଗେ ସଙ୍ଗେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ କନ୍ୟା ଏବେ ହସ୍ପିଟାଲ୍‌ରେ ଲାଇଫ୍‌ ସପୋର୍ଟରେ ଅଛନ୍ତି। ରିପୋର୍ଟରୁ ପ୍ରକାଶ ଯେ, ଉଭୟ ପୁଅ ଓ ଝିଅଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସଂପର୍କ ଥିଲା। ବରର ପରିବାର ସଦସ୍ୟଙ୍କ କହିବା ମୁତାବକ କନ୍ୟା ଜଣକ ବରଙ୍କୁ ବିବାହ ପାଇଁ ଚାପ ପକାଉଥିଲେ। ନିଜ କ୍ୟାରିୟର୍‌ ଗଢ଼ିବାକୁ ଯେତେବେଳେ ବର ୨ ବର୍ଷ ସମୟ ମାଗିଲେ ତ କନ୍ୟା ସଙ୍ଗେ ସଙ୍ଗେ ପୁଲିସ୍‌ରେ ଅଭିଯୋଗ କରିଦେଲେ। ଯାହାଫଳରେ ବରଙ୍କୁ ବାଧ୍ୟତାମୂଳକ ବିବାହ କରିବାକୁ ପଡୁଥିଲା।

Share Now:

Kalinga News Beuro

Next Post

ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Thu May 18 , 2023
ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଫ୍ଲାଗ୍ ଅଫ୍ କରିଛନ୍ତି। ଏହି ଅବସରରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କହିଲେ- ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ଏହି ଟ୍ରେନ୍ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ […]
ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial