ମହିଳାଙ୍କୁ ପିଟି ପିଟି ମାରିଦେଲା ମଦ୍ୟପ : କହିଲା ‘ମୁଁ ଶିବଙ୍କ ଅବତାର’

ମହିଳାଙ୍କୁ ପିଟି ପିଟି ମାରିଦେଲା ମଦ୍ୟପ

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମଦ୍ୟପ ବ୍ୟକ୍ତି ରାସ୍ତାରେ ବୁଲୁଥିବା ଜଣେ ମହିଳାଙ୍କୁ ଧରି ପିଟିପିଟି ହତ୍ୟା କରିଥିଲେ। ଆଶ୍ଚର୍ଯ୍ୟ କଥା ହେଉଛି ଏହି ସମୟରେ ଜଣେ ବ୍ୟକ୍ତି ଓ ଦୁଇ ଜଣ ନାବାଳକ ତାଙ୍କ ଭିଡିଓ ପ୍ରସ୍ତୁତ କରୁଥିଲେ ବି ମହିଳାଙ୍କୁ ବଞ୍ଚାଇ ନଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। କିନ୍ତୁ ପୁଲିସ ଯେତେବେଳେ ମଦ୍ୟପକୁ ପଚରାଉଚୁରା କଲା, ହତ୍ୟାର କାରଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା। ମଦ୍ୟପ କହିଲା ଯେ ସେ ଭାବିଥିଲା ଯେ ସେ ଶିବଙ୍କ ଅବତାର। ଏଣୁ ସେ ମହିଳାଙ୍କୁ ହତ୍ୟା କରି ପୁଣି ଥରେ ଜୀବିତ କରିପାରିବ, କିନ୍ତୁ ତାହା ହୋଇନଥିଲା।
ଉଦୟପୁର ଏସପି ଭୁବନ ଭୂଷଣ କହିଛନ୍ତି ଯେ ଶନିବାର ସାଇରା ଥାନା ଅଞ୍ଚଳରେ ଏହି ହତ୍ୟା କାଣ୍ଡ ସାମ୍ନାକୁ ଆସିଛି। ଅଭିଯୁକ୍ତ ପ୍ରତାପ ସିଂହ(୬୦) କଲ୍କି ଗାମେଟି (୮୫) ନାମକ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିଲା। ପ୍ରତାପ ସିଂହ ମହିଳାଙ୍କୁ ଧରି ଏତେ ମାଡ଼ ମାରିଥିଲା ଯେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ସେଠାରେ ଜଣେ ବ୍ୟକ୍ତି ଓ ଦୁଇ ଜଣ ନାବାଳକ ଛେଳି ଚରାଉଥିଲେ। ସେମାନେ ପୂରା ଘଟଣାର ଭିଡିଓ ପ୍ରସ୍ତୁତ କରୁଥିଲେ। କିନ୍ତୁ ସେମାନେ ମଦ୍ୟପଙ୍କୁ ଅଟକାଇବାକୁ ଚେଷ୍ଟା କରିନଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଏଥିସହିତ ଉଭୟ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି।

Share Now:

Kalinga News Beuro

Next Post

ବୀଭତ୍ସ ହତ୍ୟା: ଛତାମୁନରେ ସ୍ତ୍ରୀଙ୍କୁ ଭୁସି ପ୍ରାଣ ନେଲା ମଦ୍ୟପ ସ୍ୱାମୀ

Sun Aug 6 , 2023
ନବରଂଗପୁର: ମଦ୍ୟପ ସ୍ୱାମୀ ହ୍ରିଂସ ହୋଇଉଠିଛି। ସାତ ଦୀପ, ଆଠ କଳସ ଏବଂ ଅଗ୍ନିକୁ ସାକ୍ଷୀ କରି ବିବାହ କରିଥିବା ସ୍ତ୍ରୀଙ୍କୁ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଛି। ଅର୍ଦ୍ଧାଙ୍ଗିନୀ ପ୍ରତି ସାମନ୍ୟ ମାନବିକତା ଭୁଲି ଯାଇ ଛତାମୁନରେ ବାରମ୍ବାର ଭୁସି ହତ୍ୟା କରିଛି। ନବରଙ୍ଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ସସ୍ମିତା ଖିଲୋ। ପୁଲିସ କହିଛି […]
ବୀଭତ୍ସ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial