ବୀଭତ୍ସ ହତ୍ୟା: ଛତାମୁନରେ ସ୍ତ୍ରୀଙ୍କୁ ଭୁସି ପ୍ରାଣ ନେଲା ମଦ୍ୟପ ସ୍ୱାମୀ

ବୀଭତ୍ସ ହତ୍ୟା

ନବରଂଗପୁର: ମଦ୍ୟପ ସ୍ୱାମୀ ହ୍ରିଂସ ହୋଇଉଠିଛି। ସାତ ଦୀପ, ଆଠ କଳସ ଏବଂ ଅଗ୍ନିକୁ ସାକ୍ଷୀ କରି ବିବାହ କରିଥିବା ସ୍ତ୍ରୀଙ୍କୁ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଛି। ଅର୍ଦ୍ଧାଙ୍ଗିନୀ ପ୍ରତି ସାମନ୍ୟ ମାନବିକତା ଭୁଲି ଯାଇ ଛତାମୁନରେ ବାରମ୍ବାର ଭୁସି ହତ୍ୟା କରିଛି। ନବରଙ୍ଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ସସ୍ମିତା ଖିଲୋ। ପୁଲିସ କହିଛି ମାଲକାନାଗିରି ଜିଲ୍ଲାର ରବି ଖିଲୋଙ୍କୁ ବଡ଼ଡାଇଭଟା ସସ୍ମିତା ଖିଲୋ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ରବି ଖିଲୋ ମାଲକାନଗିରି ଜିଲ୍ଲାର ନିଜ ପୈତୃକ ଘରେ ରହୁ ନଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀ ଗତ ୬ ମାସ ହେବ ବଡ଼ଡାଇଭଟା ଗ୍ରାମରେ ରହି ଆସୁଥିଲେ। ସେମାନେ ଜାତୀୟ ରାଜପଥକଡ଼ରେ ମକା ପୋଡ଼ି ବ୍ୟବସାୟ କରି ପରିବାର ଚଳାଉଥିଲେ। ତାଙ୍କର ୨ଟି ପୁଅ ଅଛନ୍ତି।
ତେବେ ରବି ଖିଲୋ ପ୍ରତିଦିନ ମଦ ପିଉଥିବାରୁ ସସ୍ମିତାଙ୍କ ସହିତ ଝଗଡ଼ା କରୁଥିଲା। ମଦପିଇବାକୁ ନେଇ ସସ୍ମିତା ବାରଣ କରୁଥିଲେ ମଧ୍ୟ ରବି ଶୁଣୁ ନଥିଲା। ଆଜି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରବି ଉତ୍ତେଜିତ ହୋଇ ଘର ଭିତରେ ଥିବା ଛତାକୁ ଆଣି ସସ୍ମିତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସସ୍ମିତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ରବିକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

Share Now:

Kalinga News Beuro

Next Post

ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

Sun Aug 6 , 2023
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଳକାଟି-ପୁରୀ ମୁଖ୍ୟ କେନାଲରେ ଆଜି ଭୋରୁ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇଟି ସାଇଫନ ନିକଟରେ ହୋଇଛି। ଏହାଫଳରେ ବାଳକାଟି ଗ୍ରାମ୍ୟ ଜଙ୍ଗଲ ଏବଂ କଲେଜ ପଡ଼ିଆରେ ପାଣି ପ୍ରବେଶ କରିଛି। ଅଚ୍ୟୁତପୁର ଏବଂ ପିପିଲି ଜଳ ସଂପଦ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାଣି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିଥିଲେ। ବାଲିଅଖା ଖଞ୍ଜି ପାଣି ବନ୍ଦ କରାଯାଇଛି।ଏଣେ ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର […]
ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial