ଦାଉଦକୁ ବିଷ ଦେବା ଘଟଣା ସାମ୍ନାକୁ ଆସିବା ପ‌ରେ ପାକିସ୍ତାନରେ ଇଣ୍ଟରନେଟ ସେବା ଠପ

ନୂଆଦିଲ୍ଲୀ: ପଳାତାକ ‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମକୁ ପାକିସ୍ତାନରେ ବିଷ ଦିଆଯିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଖବର ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ସେଠାକାର ବରିଷ୍ଠ ସାମ୍ବାଦିକା ଆରଜୁ କାଜମି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ ଆରଜୁ କାଜମି କହିଛନ୍ତି, ‘ଶୁଣିବାକୁ ମିଳିଛି ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଛି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଛି। ତାଙ୍କୁ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏ ଖବରକୁ ପାକିସ୍ତାନ ଔପଚାରିକ ଭାବେ ସୁନିଶ୍ଚିତ କରିନାହିଁ କି ଆଗକୁ କରିବ ନାହିଁ।
ଭୟରେ ଦାଉଦ ଇବ୍ରାହିମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଥାକୁ କେହି ବି ସ୍ପଷ୍ଟ କରୁନାହାନ୍ତି। ଯଦି ଏକଥାକୁ କେହିବି ସ୍ପଷ୍ଟ କରିବେ ତାଙ୍କ ଅବସ୍ଥା କ’ଣ ହେବ ତାହା ଆପଣମାନେ ଜାଣିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ଟୁଇଟର, ଗୁଗୁଲ ଓ ୟୁଟ୍ୟୁବ ଇତ୍ୟାଦି ସେବାକୁ ଠପ କରି ଦିଆଯାଇଛି। ପାକିସ୍ତାନରେ ନାଟୁଇଟର ଖୋଲୁଛି ନା ଗୁଗୁଲ ସର୍ଭିସ ଚାଲୁଛି ନା ୟୁଟ୍ୟୁବ ଚ୍ୟାନେଲ କାମ କରୁଛି। ହଠାତ ଏସବୁ ସେବା କାହିଁକି ଡାଉନ ହୋଇଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ନା କିଛି ଲୁଚା ଯାଇଥିବା ସନ୍ଦେହ କରାଯାଉଛି।’

Share Now:

Kalinga News Beuro

Next Post

ବିଶୃଙ୍ଖଳିତ ଆଚରଣ ପାଇଁ ଶୀତକାଳୀନ ଅଧିବେଶନରୁ ୩୩ ସାଂସଦ ନିଲମ୍ବିତ

Mon Dec 18 , 2023
ନୂଆଦିଲ୍ଲୀ: ଆଜି ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଥିଲେ। ଏହାକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଅର୍ଥାତ୍ ମୋଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial