ବିଶୃଙ୍ଖଳିତ ଆଚରଣ ପାଇଁ ଶୀତକାଳୀନ ଅଧିବେଶନରୁ ୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଆଜି ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଥିଲେ। ଏହାକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଅର୍ଥାତ୍ ମୋଟ ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। କିଛିଦିନ ପୂର୍ବେ ପୂରା ଅଧିବେଶନ ପାଇଁ ୧୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।
ନିଲମ୍ବିତ ସାଂସଦମାନେ ହେଲେ
ଅଧୀର ରଞ୍ଜନ ଚୌଧୁରୀଙ୍କ ବ୍ୟତୀତ କେ ଜୟକୁମାର, ଅପୂର୍ବ ପୋଦ୍ଦାର, ପ୍ରସୁନ ବାନାର୍ଜୀ, ମହମ୍ମଦ ବଶିର, ଜି. ସେଲଭମ୍, ସିଏନ୍ ଆନ୍ନାଦୁରାଇ, ଡକ୍ଟର ଟି ସୁମତି, କେ. ନବସ୍କାନି, କେ ବୀରସ୍ୱାମୀ, ଏନ୍ କେ ପ୍ରେମଚନ୍ଦ୍ରନ, ସୌଗତ ରାୟ, ଶତାବ୍ଦୀ ରାୟ, ଅସିତ କୁମାର ମାଲ, କୌଶଲେନ୍ଦ୍ର କୁମାର, ଏନ୍ଟୋ ଆଣ୍ଟୋନି, ଏସ୍. ଏସ୍. ପାଲନାମିକମ୍, ଅବଦୁଲ ଖାଲିଦ, ଥିରୁଭାରୁସ୍କର (ଏସ୍.କେ. ତିରୁନାବୁକ୍କରସାର), ବିଜୟ ବସନ୍ତ, ପ୍ରତିମା ମଣ୍ଡଳ, କାକୋଲି ଘୋଷ, କେ ମୁରଲୀଧରନ, ସୁନୀଲ କୁମାର ମଣ୍ଡଳ, ଏସ ରାମଲିଙ୍ଗମ, କେ. ସୁରେଶ, ଅମର ସିଂ, ରାଜମୋହନ ଉନ୍ନିଥନ, ଗୌରବ ଗୋଗୋଇ ଏବଂ ଟିଆର ବାଲୁଙ୍କୁ ନିଲମ୍ବିତ କରାଯାଇଛି। ହଙ୍ଗାମା ଯୋଗୁଁ ଏହି ୩୦ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ କେ. ଜୟକୁମାର, ବିଜୟ ବସନ୍ତ ଏବଂ ଅବଦୁଲ ଖାଲିକଙ୍କୁ ନିଲମ୍ବିତ କରାଯାଇଛି।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ମାରା : ଅଢ଼େଇ ଘଣ୍ଟା ବିଳମ୍ବରେ ବାହାରିଲା ଭୋଗ

Mon Dec 18 , 2023
ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସଅଳ ନୀତି ପାଇଁ ପ୍ରସ୍ତୁତ ଅବଢ଼ା ଭୋଗ ଲାଗି ହେବା ବେଳେ ଗର୍ଭଗୃହରେ ଖଟା ହାଣ୍ଡି ଭାଙ୍ଗି ମହାପ୍ରଭୁଙ୍କ ଶକ୍ତିକୁ ଛୁଇଁବାରୁ ଠାକୁରଙ୍କ ବେଶ ଓ ଅବଢ଼ା ମାରା ହୋଇଯାଇଥିଲା। ତେଣୁ ବିଧି ଅନୁସାରେ ମାରା ଅବଢ଼ା ସବୁକୁ ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ କୋଠ ଥାଳି ପ୍ରସ୍ତୁତ କରାଯାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial