ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ତୟାର:ଉନ୍ନତ ଯୁଦ୍ଧାସ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ: ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଏବଂ ଚୀନ୍‌ ସୀମା ବିବାଦକୁ ଜଟିଳ କରିବାକୁ ଅହରହ ଉଦ୍ୟମ ଜାରି ରଖିଥିବା ବେଳେ ଭବିଷ୍ୟତରେ ଏହା ବଡ଼ ଯୁଦ୍ଧର ରୂପ ନେବା ସମ୍ଭାବନା ରହିଛି। ଚୀନ୍‌ ନିଜର ବିସ୍ତାରବାଦୀ ନୀତିରେ ଭାରତୀୟ ଅଂଚଳକୁ କବ୍‌ଜା ପାଇଁ ଏବେ ଷଡ଼ଯନ୍ତ୍ର କରୁଛି ଏବଂ ପାକିସ୍ତାନ ଆତଙ୍କବାଦୀଙ୍କ ସହାୟତାରେ କଶ୍ମୀରରେ ରକ୍ତପାତ ଜାରି ରଖିଛି। ସୀମା ସଙ୍କଟକୁ ନେଇ ଲାଗି ରହିଥିବା ଉତ୍ତେଜନା ଏବଂ ପଡ଼ୋଶୀ ଶତ୍ରୁ ରାଷ୍ଟ୍ରଙ୍କ ଆଭିମୁଖ୍ୟକୁ ଦେଖି ଭାରତ ଏବେ ଉନ୍ନତ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛି। ଭାରତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ବିଶିଷ୍ଟ ଅସ୍ତ୍ର ବିକାଶ କରୁଛି। ଭାରତୀୟ ସେନାକୁ ଉନ୍ନତ ମାନବ ବିହୀନ ଟ୍ୟାଙ୍କ, ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ, ରୋବୋଟିକ ଟେକନୋଲୋଜି ସମ୍ବଳିତ ଯୁଦ୍ଧାସ୍ତ୍ର ତିଆରିକୁ ଅଧିକ ପୋତ୍ସାହନ ଦିଆଯାଉଛି। ଏ ବାବଦ ବିଶାଳ ଯୋଜନାକୁ ଆସନ୍ତା ଜୁନ ପ୍ରଥମ ସପ୍ତାହ ସୁଦ୍ଧା କେନ୍ଦ୍ର କ୍ୟବିନେଟର ସୁପାରିସ କରିବ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥା (ଡିଆର୍‌ଡିଓ) ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କ୍ରହଣ କରିବ। ଉଲ୍ଲେଖଯୋଗ୍ୟ, ପଡୋଶୀ ଦେଶ ଚୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ତାହାର ସେନାକୁ ଅଧିକରୁ ଅଧିକ ସୁଦୃଢ କରିବାକୁ ଚେଷ୍ଟା ଚଳାଇଛି। ଏପରି ସ୍ଥିତିରେ ଭାରତ ମଧ୍ୟ ନିଜର ସେନାକୁ ଉନ୍ନତ ଯୁଦ୍ଧାସ୍ତ୍ର ସହ ସଜ୍ଜିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କ କହିବା ମୁତାବକ, କେନ୍ଦ୍ର ସରକାର ଜଳ, ସ୍ଥଳ ଓ ଆକାଶ ବାହିନୀକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ସମୃଦ୍ଧ କରି ସର୍ବାଧୁନିକ କରିବାକୁ ଯୋଜନା ରଖିଛନ୍ତି। ଟାଟା ସନ୍ସ ମୁଖ୍ୟ ଏନ୍‌.ଚନ୍ଦ୍ରଶେଖରନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ହାତକୁ ନେଇଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ଭାରତ ବିଶ୍ୱ ଶକ୍ତିି ହେବା ଦିଗରେ ଆଗକୁ ବଢ଼ୁଛି। ଭାରତ ନିଜର ସୈନ୍ୟବଳଙ୍କୁ ଅଧିକ ସୁଦୃଢ କରିବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ସହାୟତା ନେଉଛି। ଉନ୍ନତ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ବୋମାବର୍ଷୀ ବିମାନ ସାଙ୍ଗକୁ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁକ୍ତ ଯୁଦ୍ଧାସ୍ତ୍ର ଦ୍ୱାରା ଶତ୍ରୁର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ପାକିସ୍ତାନ ଓ ଚୀନ୍‌ ସୀମାରେ ନିୟୋଜିତ ହୋଇଥିବା ଯବାନଙ୍କ ଉପରୁ ଚାପ ମଧ୍ୟ କମାଇବାକୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆମେରିକା,ଫ୍ରାନ୍ସ, ବ୍ରିଟେନ ଓ ୟୁରୋପୀୟ ସଂଘ ବହୁ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ପ୍ରଭାବଶାଳୀ ଉପଗ୍ରହ ବ୍ୟବସ୍ଥା ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଭାରତୀୟ ସେନାକୁ ବିଶ୍ୱର ଅନ୍ୟତମ ମହାଶକ୍ତି ଭାବେ ପରିଣତ କରିବ।

Share Now:

Kalinga News Beuro

Leave a Reply

Next Post

୨୫ରେ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା

Mon May 21 , 2018
ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା। ଭୁବନେଶ୍ୱରରେ ଆଇଏମ୍‌ଏ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ। ଫୋରମ ଅଭିଯୋଗ କରିଛି ଯେ, ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜୀକରଣ ନା ନବୀକରଣ। ୨୦୧୪ ମସିହାରୁ ଏ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial