୨୫ରେ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା। ଭୁବନେଶ୍ୱରରେ ଆଇଏମ୍‌ଏ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ।
ଫୋରମ ଅଭିଯୋଗ କରିଛି ଯେ, ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜୀକରଣ ନା ନବୀକରଣ। ୨୦୧୪ ମସିହାରୁ ଏ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସମାଧାନ ବାହାରି ପାରିନି। ଫଳରେ ଆସନ୍ତା ୨୫ ତାରିଖ ଦିନ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏନେଇ ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ମୁଖପାତ୍ର ସୁବ୍ରତ ଜେନା କହିଛନ୍ତି,“ ଆସନ୍ତା ୨୫ ତାରିଖ ଦିନ ସକାଳ ୬ଟାରୁ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସବୁ ପ୍ରାଇଭେଟ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍, କ୍ଲିନ୍‌କ୍, ଡାକ୍ତରଖାନା ଓ ଡାଇଗୋନିକ୍‌ ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଉଛୁ। ଏହି ବନ୍ଦ ସଫଳ ହେବ ବୋଲି ଆମେ ଆଶା କରୁଛୁ। ଆମେ ସରକାରଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅତିଶୀଘ୍ର ସରକାର ନୂତନ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଗୁଡ଼ିକର ପଞ୍ଜୀକରଣ ଆଉ ପୁରାତନ ଏଷ୍ଟାବ୍ଲିସ୍‌ମେଣ୍ଟର ନବୀକରଣ ଯଥାଶୀଘ୍ର କରନ୍ତୁ। ଏହାସହ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଡାକ୍ତରମାନଙ୍କୁ ତାଙ୍କ ସେବା କରିବାକୁ ସୁଯୋଗ ଦିଅନ୍ତୁ।”

Share Now:

Kalinga News Beuro

Leave a Reply

Next Post

ନବକଳେବର ହେବ ଭୁବନେଶ୍ୱର ରେଳ ଷ୍ଟେସନ

Tue May 22 , 2018
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣ ହେବାକୁ ଥିବା ମଲ୍ଟି ମୋଡାଲ୍‌ ହବ୍‌ ଏବଂ ଷ୍ଟେସନ୍‌ ଆଧୁନିକୀକରଣ ପାଇଁ ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ। ଏଥିରେ ଅତ୍ୟାଧୁନିକ ଷ୍ଟେସନ ବିଲଡିଂ ନିର୍ମାଣ ହେବା ସହ ଆଉ ଏକ ପ୍ଲାଟଫର୍ମ ନିର୍ମାଣ ହେବ। ଏହାସହ ଷ୍ଟେସନ୍‌କୁ ଆଉ ଦୁଇଟି ଅତିରିକ୍ତ ରେଳ ଲାଇନ୍‌ ବିଛାଯିବ। ଏଥିପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial