ଆସନ୍ତା ଅକ୍ଟୋବର ମାସରେ ଖୋଲିପାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ : ପର୍ଯ୍ୟଟନ ମନ୍ତ୍ରୀ

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭୁ‌ବନେଶ୍ୱର : କୋଭିଡ୍ କଟକଣା ଭିତରେ ଆଗାମୀ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଏ ନେଇ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ମନ୍ଦିରଗୁଡ଼ିକ କେବେ ଖୋଲିବ, ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି। କୋଭିଡ ପାଇଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ପର୍ଯ୍ୟଟନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ। ଅପରପକ୍ଷରେ ଅନ୍ୟ ମନ୍ଦିରଗୁଡ଼ିକ କେବେ ଖୋଲିବ ସେଥିନେଇ ଆଇନ୍ ବିଭାଗ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ।

Share Now:

Kalinga News Beuro

Next Post

ରାଜଧାନୀ ହେବ ଜଳବନ୍ଦୀ ମୁକ୍ତ ସ୍ମାର୍ଟ ସିଟି

Sun Sep 27 , 2020
କାମ ହେଉଛି ୨୬୪ଟି ଡ୍ରେନ୍‌ ପ୍ରକଳ୍ପ-୫୬ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସ୍‌ ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ବରର ସବୁଠୁ ବଡ଼ ସମସ୍ୟା ହେଉଛି ଅସରାଏ ବର୍ଷାରେ ଅଧା ସହର ଜଳବନ୍ଦୀ ହୋଇଯିବା। ବହୁ ଅଞ୍ଚଳରେ ଲୋକଙ୍କ ଘରେ ଆଂଠୁଏ ଉଚ୍ଚରେ ପାଣି ଜମେ। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଜାରି ରହିଛି। ଏପରିକି ରାଜଧାନୀର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ହଜାରେ କୋଟିର ପ୍ୟାକେଜ୍‌ […]
ସ୍ମାର୍ଟ ସିଟି ଭୁବନେଶ୍ବର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial