ଜଳିଗଲା ସ୍ପେୟାର ପାର୍ଟସ ସୋରୁମ୍

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ପଦ୍ମା କାର୍‌ ମାର୍ଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସନ୍ଧ୍ୟା ୭ଟା ବେଳେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସୋ ରୁମ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରାତ୍ରିକାଳୀନ କର୍ଫ୍ୟୁ ଯୋଗୁଁ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ତେବେ ଏଥିରେ ଥିବା ୨୦ରୁ ୩୦ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ଜଳି ଯାଇଛି। ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ସଟର ବନ୍ଦ ଥାଇ ଭିତରେ ନିଆଁ ଜଳୁଥିବାରୁ ଆଗ୍ନିକମାନେ ନୟାନ୍ତ ହୋଇଥିଲେ। ଶେଷରେ ତାଲା ଭଙ୍ଗାଯାଇ ସଟର ଟେକା ଯାଇଥିଲା। ଟେକିବା ବେଳକୁ ଭିତରେ ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଥିଲା। ଖୋଲିବା ପରେ ସୋରୁମ୍‌ଟି ଦୁଇ ମହଲା ଥିବା ଜଣାପଡ଼ିଥିଲା। ଉପର ମହଲାକୁ ନିଆଁ ଚାଲିଯାଇଥିବାରୁ ଲିଭାଇବା କାଠିକର ପାଠ ହୋଇଥିଲା। ଦୀର୍ଘ ଏକ ଘଣ୍ଟା ଧରି ତିନୋଟି ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ। ମାଲିକ ଆଶିଷ ମିଶ୍ରଙ୍କ କହିବା ଅନୁସାରେ ସନ୍ଧ୍ୟା ସାଢ଼େ ୬ଟା ବେଳେ ସେ ବନ୍ଦ କରି ଘରକୁ ଯାଇଥିଲେ। ସାଢ଼େ ୭ଟା ବେଳେ ଦୋକାନ ଜଳୁଥିବା ନେଇ ସେ ଖବର ପାଇଥିଲେ। ନିଆଁ ସଟ୍‌ ସର୍କିଟ ଯୋଗୁଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁ ଭିତରେ ଜଳୁଥିବାରୁ ପାଖ ଦୋକାନ ପ୍ରଭାବିତ ହୋଇନଥିବା ଅଗ୍ନିଶମ ଅଧିକାରୀଙ୍କ ପକ୍ଷରୁ କୁହାଯାଉଛି।

Share Now:

Kalinga News Beuro

Next Post

ଏମ୍‌ଏସ୍‌ଏମ୍‌ଇ ପଞ୍ଜିକରଣର ନୂତନ ପ୍ରକ୍ରିୟାର ଆରମ୍ଭ

Wed Jul 1 , 2020
ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରା ଳୟ (ଏମଏସଏମଇ) ପକ୍ଷରୁ ପଞ୍ଜିକରଣ ପାଇଁ ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ଗତ ଜୁନ୍‌ ୨୬ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂଆ ପଞ୍ଜିକରଣ ବ୍ୟବସ୍ଥାରେ ଗୋଟିଏ ଉଦ୍ୟୋଗକୁ ଉଦ୍ୟମ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକ୍ରିୟା […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial