ଆଜିଠୁ ବଢ଼ିଲା ରନ୍ଧନ ଗ୍ୟାସ୍‌ ମୂଲ୍ୟ

ନୂଆଦିଲ୍ଲୀ: ଲିକୁଇଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ ବା ରନ୍ଧନ ଗ୍ୟାସ୍‌ର ମୂଲ୍ୟ ଶୁକ୍ରବାର ଠାରୁ ଅର୍ଥାତ୍‌ ଆଜି ଠାରୁ ବୃଦ୍ଧି ପାଇଛି। ରିହାତି ମିଳୁଥିବା ସିଲିଣ୍ଡର୍‌ ପିଛା ଟ ୨. ୩୪ ଓ ରିହାତି ମିଳୁ ନ ଥିବା ସିଲିଣ୍ଡର୍‌ ପିଛା ଟ ୪୮/- ବୃଦ୍ଧି କରାଯାଇଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବର୍ଦ୍ଧିତ ରିହାତି ସିଲିଣ୍ଡର୍‌ ଦର ଟ. ୪୯୩. ୫୫ ଏବଂ ଅଣରିହାତି ସିଲିଣ୍ଡର୍‌ର ମୂଲ୍ୟ ଟ. ୬୯୮. ୫୦।
କୋଲକତାରେ ସିଲିଣ୍ଡର୍‌ର ନୂଆ ମୂଲ୍ୟ ଟ. ୪୯୬. ୬୫ ଏବଂ ମୁମ୍ବାଇ ଏବଂ ଚେନ୍ନାଇରେ ଟ. ୪୮୧. ୮୪।
ଦେଶବ୍ୟାପୀ ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧି ଜନିତ ଅସନ୍ତୋଷ ମଧ୍ୟରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧି ଯୋଗୁଁ ସରକାର ସମାଲୋଚନାର ସରବ୍ୟ ହେଉଛନ୍ତି।
ଶୁକ୍ରବାର ଦିନ ସରକାର ପେଟ୍ରୋଲ୍‌ର ମୂଲ୍ୟ ଓ ଡିଜେଲ୍‌ର ମୂଲ୍ୟ ଯଥା କ୍ରମେ ୭ ଓ ୫ ପଇସା କମିଛି।

Share Now:

Kalinga News Beuro

Leave a Reply

Next Post

୩ ଦଶନ୍ଧିର ଲଢ଼େଇ ୧୧ ଘଣ୍ଟାରେ ଦଖଲ

Sat Jun 2 , 2018
ମାଟିରେ ମିଶିଲା ଇନ୍ଦିରା ସ୍କୁଲ୍‌ , ମ୍ୟୁଜିୟମ୍‌ ଅଫ୍‌ ଅର୍ବାନ ହିଷ୍ଟ୍ରି ପାଇଁ ବାଟ ଫିଟିଲା ଭୁବନେଶ୍ୱର: ତିନି ଦଶନ୍ଧି ଧରି ଲାଗି ରହିଥିବା ଲଢ଼େଇରେ ଯବନିକା ପଡ଼ିଛି। ୩୦ ବର୍ଷର ନ୍ୟାୟିକ ଲଢ଼େଇ ପରେ ଏଜି ଛକରେ ଜବରଦଖଲରେ ଥିବା ଜମିକୁ ଦଖଲ କରିଛନ୍ତି ରାଜ୍ୟ ସରକାର। ସେଣ୍ଟ୍ରାଲ୍‌ ଏନ୍‌ଫୋର୍ସମେଣ୍ଟ୍‌ ମନିଟରିଂ କମିଟି (ସିଇଏମ୍‌ସି) ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୧ ଘଣ୍ଟାର କସରତ ପରେ ଇନ୍ଦିରା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial