ଗଭୀର ଖାତକୁ ଖସିଲା କ୍ୟାବ : ଚାଲିଗଲା ୧୦ଜଣକ ଜୀବନ

ଶ୍ରୀନଗର: ଗଭୀର ଖାତକୁ ଖସିଲା କ୍ୟାବ୍। ଭିତରେ ଥିବା ୧୦ଜଣ ଯାତ୍ରୀଙ୍କ ହେଲା ମୃତ୍ୟୁ। ଶୁକ୍ରବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଯାତ୍ରୀବାହୀ କ୍ୟାବ ଗଭୀର ଖାତକୁ ଖସି ପଡ଼ିବାରୁ ୧୦ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ଜମ୍ମୁ କଶ୍ମୀରର ରାମବନ୍ ଅଞ୍ଚଳର ବ୍ୟାଟେରୀ ଚଷମା ନିକଟରେ ଏହି ଦୁର୍ଘଟଣା ଘଟିଛି ଏବଂ ଗାଡିଟି ପ୍ରାୟ ୩୦୦ମିଟର ତଳକୁ ଖସିପଡିଥିବା ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ୍ ଅଧିକାରୀ, ବିପର୍ଯ୍ୟୟ ମୁକାବିଲା ଟିମ୍ ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଏବେ ମୃତଦେହକୁ ଡାକ୍ତରଖାନାର ଶବଗୃହରେ ରଖାଯାଇଥିବା ବେଳେ ୨ଜଣକ ପରିଚୟ ମିଳିଥିବା କହିଛି ପୁଲିସ। ଜଣେ ଗାଡ଼ି ଚାଳକ ୪୭ବର୍ଷୀୟ ବଲୱାନ ସିଂହ ଓ ଅନ୍ୟଜଣେ ବିହାରର ବିପିନ ମୁଖିଆ ବୋଲି ଜଣାପଡ଼ିଛି। ତେବେ ଲାଗାତାର ବର୍ଷା ହେଉଥିବାରୁ ଚାଳକ ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରୁଛି ପୁଲିସ, ଯେଉଁ କାରଣରୁ କ୍ୟାବଟି ୩୦୦ମିଟର ତଳେ ଯାଇ ପଡ଼ିଥିଲା।

Share Now:

Kalinga News Beuro

Next Post

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

Fri Mar 29 , 2024
ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ। ତେବେ ସେ କାହିଁକି ବିଜେପି ଛାଡ଼ିଲେ ସେନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି। ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ। ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସେ। କିନ୍ତୁ ୨୦୧୯ରେ ଦଳ ଟିକେଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial