ନେପାଳ ମେୟରଙ୍କ ନିଖୋଜ ଝିଅଙ୍କୁ ପାଇଲା ପୁଲିସ

ନୂଆଦିଲ୍ଲୀ: ନେପାଳର ଧନଗଢ଼ି ସହରର ମେୟରଙ୍କ ବଡ଼ଝିଅ ଗୋଆରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ମେୟର ବାପା ଏନେଇ ଥାନାରେ ଅଭି‌ଯୋଗ କରିବା ପରେ ଗୋଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଝିଅ ନିଖୋଜ ହେବାର ଦୁଇଦିନ ମଧ୍ୟରେ ଗୋଆ ପୁଲିସ ଆରତୀ ହମାଲଙ୍କୁ ଗୋଆର ଚୋପଡେମ ଗ୍ରାମସ୍ଥିତ ହୋଟେଲରେ ଖୋଜି ପାଇଛି। ଏହି ସମୟରେ ଆରତୀଙ୍କ ସହିତ ହୋଟେଲରେ ତାଙ୍କର ଦୁଇଜଣ ସାଥୀ ବି ଥିଲେ ଆରତୀଙ୍କୁ ଖୋଜି ପାଇବା ପରେ ତାଙ୍କର ବୟାନ ଅପେକ୍ଷାରେ ରହିଛି ପୁଲିସ। ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଠାରୁ ମେୟରଙ୍କ ୩୩ବର୍ଷୀୟ ଝିଅ ଆରତୀ ହମାଲ ନିଖୋଜ ହୋଇଯାଇଥିଲେ। ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା।
କାରଣ ଗତକିଛି ମାସ ହେବ ଆରତୀ ଓସୋ ମେଡିଟେସନ ସେଣ୍ଟରରେ ଆସି ରହୁଥିଲେ। ଗତସୋମବାର ରାତିରୁ ତାଙ୍କୁ ଆଉ କେହି ଦେଖିବାକୁ ପାଇ ନଥିଲେ। ଫୋନ ବି ସାଙ୍ଗରେ ନେଇ ନଥିବାରୁ ତାଙ୍କୁ ଟ୍ରାକ କରି ହୋଇ ନଥିଲା। ଏହାପରେ ଆରତୀଙ୍କ ପରିବାରଲୋକଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା। ଆରତୀଙ୍କ ବାପା ଥାନାରେ ଝିଅ ନିଖୋଜ ମାମଲା ରୁଜୁ କରିଥିଲେ। ଏଥିସହିତ ସୋସିଆଲ ମିଡିଆରେ ମୋବାଇଲ ନମ୍ବର ୯୭୯୪୦୯୬୦୧୪/ ୮୨୭୩୫୩୮୧୩୨/ ୯୩୮୯୬୦୭୯୫୩ ସେୟାର କରି ଆରତୀଙ୍କୁ ଖୋଜି ଆଣିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ।

Share Now:

Kalinga News Beuro

Next Post

ଦିଲ୍ଲୀରେ ପଦ୍ମ ଧରିଲେ ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ

Thu Mar 28 , 2024
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିରେ ବଡ଼ ଧରଣର ନେତାଙ୍କ ଦଳ ବଦଳ ହୋଇଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି। ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବି‌ଜେପିରେ ଯୋଗ ଦେଇଛନ୍ତି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial