ମଣିପୁରରେ ଥମୁନି ହିଂସା: ଗୁଳିମାଡରେ ଯବାନ ଗୁରୁତର, ଇଣ୍ଟର୍‌ନେଟ୍‌ ସେବା ବନ୍ଦ୍‌

ମଣିପୁରରେ ଥମୁନି ହିଂସା

ଇମ୍ପାଲ: ମଣିପୁର ହିଂସା ଥବିବାର ନାଁ ଧରୁନାହିଁ। ବିଦ୍ରୋହୀ ଦଳ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ବିଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହେବା ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ‌‌ଯେ ଏହି ଗୁଳି ବିନିମୟରେ ଆହତ ହୋଇଥିବା ଦୁଇ ଜଣ ଆସାମ ରାଇଫଲ୍‌ର କର୍ମୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସର୍ଚ ଅପରେସନ ଜାରି ରହିଛି। ହିଂସା ପ୍ରଭାବିତ ମଣିପୁରରେ ଆଇନ୍‌ ଶୃଙ୍ଖଳା ନୀତି ବଜାୟ ରଖିବା ପାଇଁ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ନିଷିଧାଦେଶକୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ ହଜର ସେନା ଯବାନ ଏବଂ ଆସାମ ରାଇଫଲ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି।
ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଗତକାଲି ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗ ଦେଇ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଛି। ପେଟ୍ରୋଲ କଳାବଜାରରେ ଲିଟର ପିଛା ୨ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖିବାକୁ ମିଳିଛି। ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଛି ଏବଂ ଦୋକାନ ବଜାର ମାତ୍ର କିଛି ଘଣ୍ଟା ପାଇଁ ଖୋଲୁଛି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଜନସାଧାରଣ ତୁରନ୍ତ ଏହି ଅବରୋଧ ହଟାଇ ଜାତୀୟ ରାଜପଥ-୨କୁ ସ୍ୱାଭାବିକ କରିବା ପାଇଁ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହ୍ୱାନ ଦେଇଛନ୍ତି।

Share Now:

Kalinga News Beuro

Next Post

୯ ବର୍ଷର ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତ ଫେରାର

Tue Jun 6 , 2023
ବାଲିଶଙ୍କରା: ଅଷ୍ଟପ୍ରହରୀ ଦେଖିବାକୁ ଯାଇଥିବା ଜଣେ ୯ ବର୍ଷର ବାଳିକା ଦୁଷ୍କର୍ମର ଶିକାର ହୋଇଛି। ଜଣେ କାମପିପାସୁ ଯୁବକ ନାବାଳିକାକୁ ଉତ୍ସବ ସ୍ଥାନର ଅନତି ଦୂରକୁ ଟେକି ନେଇ ଅମାନୁଷିକ ଭାବେ ଦୁଷ୍କର୍ମ କରି ଫେରାର ହୋଇଛି। ଗୁରୁତର ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଭଳି ସ୍ପର୍ଶକାତର ଘଟଣାଟି ଘଟିଛି ତଳସରା ଥାନା ଅଞ୍ଚଳରେ। ଉଦବେଗଜନକ କଥା ହେଲା, ଭୟରେ ହେଉ କି ସାମାଜିକ ଲଜ୍ଜା କାରଣରୁ […]
୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial