ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏମ୍ସରେ ଏକ ଅଘଟଣ ଘଟିଯାଇଛି। ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି। ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ି ମୃତ୍ୟୁମୁଖରେ ପଡ଼ିଥିଲେ। ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ସୁନୀଲ କୁମାର ରାଉତଙ୍କର ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ମୃତ ରୋଗୀ ପୁରୀ ଜିଲ୍ଲାର ବୀରପ୍ରତାପପୁର ଅଞ୍ଚଳର ଓ ତାଙ୍କନାମ ମହେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଛି। ତାଙ୍କୁ ଗତ ମାସ ୧୧ ତାରିଖରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବାମ ପାଦ ଅପରେସନ ହୋଇଥିବାବେଳେ ଆଉ କିଛିଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥାନ୍ତା। ତେବେ ଆଜି ତାଙ୍କ ପତ୍ନୀ ତାଙ୍କୁ ଛାତ ଉପରେ ହ୍ୱିଲ ଚେୟାରରେ ବୁଲାଉଥିବା ବେଳେ ହଠାତ ସେ ଡେଇଁପଡ଼ିଥିଲେ। ତେବେ ରୋଗୀ ଜଣକ କାହିଁକି ୫ ମହଲାରୁ ଡେଇଁପଡ଼ିଲେ ତାହା ଜଣାପଡିନାହିଁ।

Share Now:

Kalinga News Beuro

Next Post

ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବେ ନାହିଁ : ଶାହବାଜ ସରିଫ୍

Sat Aug 20 , 2022
ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭା​ଳି ପାରିବେ ନାହିଁ। ଏଣୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏକ ମାତ୍ର ପନ୍ଥା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍। ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଦେଶର ପରମାଣୁ ଅସ୍ତ୍ର ଓ ସେନା କେବଳ ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ, ଆକ୍ରମଣ କରିବାକୁ ନୁହେଁ। ତାଙ୍କ ସେନା ଉପରେ ଅର୍ଥ ଖର୍ଚ୍ଚ କରୁଛି କେବଳ […]
ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial