ଭୁବନେଶ୍ବର: ରାଜଧାନୀରେ ମଦୁଆଙ୍କୁ ଧରପଗଡ଼। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ଜାରି ରଖିଛି ପୁଲିସ୍। ମଞ୍ଚେସ୍ଵର ଥାନା ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ପକ୍ଷରୁ ମିଳିତ ଭାବେ ହାଇଟେକ ଛକରେ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ଧରାଯିବା ସହ ଗିରଫ ମଧ କରାଯାଉଛି। ଏପର୍ଯ୍ୟନ୍ତ ମଦ ପିଇ ଗାଡି ଚଲାଉଥିବା ଅଭିଯୋଗରେ ୨ ଜଣ ଡ୍ରାଇଭରକୁ ଗିରଫ କରାଯାଇଛି। ଏହାସହ ଲାଇସେନ୍ସ ଚେକିଙ୍ଗ, ଗାଡ଼ିର ଲାଇଟ୍ ସବୁ ଚେକିଙ୍ଗ ଆଦି କରାଯାଇଛି। ନିୟମିତ ଭାବେ ଏହା ଜାରି ରହୁଛି ବୋଲି କହିଛନ୍ତି ଆରଟିଓ-୨ର ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ।
Share Now: