ସ୍ତ୍ରୀଙ୍କୁ ହାଣି ଗୁହାଳରେ ପୋତିଦେଲା ପିଶାଚ ସ୍ବାମୀ

ପତ୍ନୀଙ୍କୁ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ବାମୀ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ହାତଗୋଡ଼ା ପଞ୍ଚାୟତ ବେହେରା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି କଟୁରିରେ ପତ୍ନୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଛି। କେବଳ ସେତିକି ନୁହେଁ, କଟାମୁଣ୍ଡକୁ ଗୁହାଳରେ ପୋତି ଦେଇଥିବା ଜଣାପଡ଼ିଛି। ସାହିର ରାଜେନ୍ଦ୍ର ମହାକୁଡ଼ (୪୦) ପତ୍ନୀ ପ୍ରତିମା ମହାକୁଡ଼ (୩୫)ଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲା। ଯାହାକୁ ନେଇ ଆଜି ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ରାଜେନ୍ଦ୍ର ରାଗିଯାଇ ପ୍ରତିମାଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲା। ସେ ତାଙ୍କର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲା। ଏମିତିକି କଟାମୁଣ୍ଡକୁ ଗୁହାଳ ଘରେ ଗାତ କରି ପୋତି ଦେଇଥିଲା। ପରେ ସେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ରାଜେନ୍ଦ୍ରକୁ ଗିରଫ ସହ ଶବ ଜବତ କରି ତଦନ୍ତ ଚଳାଇଛି। ସୂଚନା ଥାଉକି ରାଜେନ୍ଦ୍ର ଓ ପ୍ରତିମାଙ୍କର ୧୧ ଓ ୫ ବର୍ଷର ଦୁଇଜଣ ଝିଅ ଅଛନ୍ତି।

Share Now:

Kalinga News Beuro

Next Post

ସମୁଦ୍ରକୁ ଓହ୍ଲାଇଲା ଚୀନର ବିମାନବାହୀ ଯୁଦ୍ଧପୋତ : ଭାରତ ପାଇଁ ସତର୍କ ଘଣ୍ଟି

Fri Jun 17 , 2022
ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି। ବିଶେଷକରି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି। ଶୁକ୍ରବାରଦିନ ଚୀନ ନୌସେନା ନିଜର ୩ୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ର ଜଳାବତରଣ କରିଛି। ଏହାର ନାଁ ରଖାଯାଇଛି ଫୁଜିଆନ୍। ଚୀନର ବୃହତ୍ତମ ସହର ସାଂଘାଇଠାରେ ଏହାର ଜଳାବତରଣ କରାଯାଇଛି। ଚୀନର ଏହା ୩ୟ ବିମାନବାହୀ ଯୁଦ୍ଧପୋତ ହୋଇଥିବା ବେଳେ ଚୀନରେ […]
ଚୀନର ୩ୟ ବିମାନବାହୀ ଯୁଦ୍ଧପୋତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial