ମହିଳା ଓଏଏସ୍‌ଙ୍କ ଘରୁ ଚୋରି ମାମଲାରେ କୁଖ୍ୟାତ ଲୁଟେରା ପିଣ୍ଟନ ଓ ୨ ସହଯୋଗୀ ଗିରଫ

ମହିଳା ଓଏଏସ୍‌ଙ୍କ ଘରୁ ଚୋରି ମାମଲା

ଭୁବନେଶ୍ବର : ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି ହେବା ଘଟଣାରେ ଖଣ୍ଡଗିରି ପୁଲିସକୁ ସଫଳତା ମିଳିଛି। କୁଖ୍ୟାତ ଲୁଟେରା ପିଣ୍ଟନ ଓ ତା’ର ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ, ନୂଆପଲ୍ଲୀ ମୁଣ୍ଡାସାହିର ପିଣ୍ଟନ ନାୟକ(୨୨), ମଣ୍ଟୁ ନାୟକ(୨୫) ଓ ସାବନ ନାୟକ(୨୬)। ଗତ ଅଗଷ୍ଟ ୧୮ତାରିଖରେ ଲୁଟେରା ପିଣ୍ଟନ ଗ୍ୟାଙ୍ଗ୍ ଡେଲ୍‌ଟାସ୍ଥିତ ସୋନାଲି ଶୁଭଦର୍ଶିନୀଙ୍କ କ୍ବାର୍ଟର୍ସ ନଂ ଭି-୩ରୁ ଲୁଟ୍‌ପାଟ୍ କରିଥିଲେ। ଏନେଇ ଥାନାରେ ସୋନାଲି ଥାନାରେ ଅଭିଯୋଗ କରିଥିଲେ। ତେବେ ଚୋର ଧରାପଡ଼ିବେ କ’ଣ; ଏହାର ଠିକ୍ ୧୦ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୯ରେ ପୁଣି ସୋନାଲିଙ୍କ ଘରେ କେହି ନଥିବା ସୁଯୋଗରେ ଛାତ ଉପର ଦେଇ ଏହି ଗ୍ୟାଙ୍ଗ୍ ତାଙ୍କ ଝରକା ତାଡ଼ି ଘରେ ପଶିଥିଲେ। ଘରେ ସୁନାଗହଣା ସମେତ ସିସିଟିଭି ହାର୍ଡଡିସ୍କ, ଦାମୀ ଘଣ୍ଟା ଆଦି ଲୁଟି ନେଇଥିଲେ।
କେମିତି ଲୁଟୁଥିଲେ ପିଣ୍ଟନ ଗ୍ୟାଙ୍ଗ୍?
ସାଲିଆସାହି ନୀଳଚକ୍ରନଗରର ପିଣ୍ଟନ ଓ ତା’ର ସହଯୋଗୀମ‌ାନେ ଦିନରେ ବୁଲି ବୁଲି ବିଭିନ୍ନ ବନ୍ଦ ଘର ଠାବ କରୁଥିଲେ। କେତେବେଳେ ବିଏମ୍‌ସି ସଫେଇ କର୍ମଚାରୀ ତ’ ଆଉ କେତେବେଳେ ଅଟୋ ଚାଳକ ବେଶରେ ଘୂରି ବୁଲୁଥିଲେ। ଦିନରେ ଘର ରେକି କରିବା ପରେ ସମୟ ସୁବିଧା ଦେଖି ରାତିରେ ଘରର ଗ୍ରିଲ୍ ଓ କବାଟ ତାଡ଼ି ଲୁଟ୍‌ପାଟ୍ କରୁଥିଲେ ବୋଲି ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି।

Share Now:

Kalinga News Beuro

Next Post

ଏଥର ଜାକଜମକରେ ହେବନି ଦୁର୍ଗାପୂଜା: ବିଭିନ୍ନ ପୂଜା କମିଟି ସହ ପୁଲିସର ବୈଠକ

Thu Sep 30 , 2021
କୋଭିଡ୍‌ କଟକଣା ମାନିବା ଓ ଭସାଣି ଶୋଭାଯାତ୍ରା ନ ହେବା ଉପରେ ଗୁରୁତ୍ତ୍ଵ ଭୁବନେଶ୍ୱର : ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଜାକଜମକରେ ପାଳନ କରାଯିବ ନାହିଁ। କୋଭିଡ୍‌ କଟକଣା ମଧ୍ୟରେ ପୂର୍ବଥର ଭଳି ନିରାଡ଼ମ୍ବରରେ ସହ ପାଳନ ହେବ। ଭସାଣି ଉତ୍ସବ ହେବନାହିଁ, କେବଳ ମୂର୍ତ୍ତି ବିସର୍ଜନ ହେବ। ଦୁର୍ଗାପୂଜାକୁ ନେଇ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ପୂଜା କମିଟି ଓ ସିପିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି […]
ଆଡ଼ମ୍ବରରେ ହେବନି ଦୁର୍ଗାପୂଜା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial