ଏଥର ଜାକଜମକରେ ହେବନି ଦୁର୍ଗାପୂଜା: ବିଭିନ୍ନ ପୂଜା କମିଟି ସହ ପୁଲିସର ବୈଠକ

ଆଡ଼ମ୍ବରରେ ହେବନି ଦୁର୍ଗାପୂଜା

କୋଭିଡ୍‌ କଟକଣା ମାନିବା ଓ ଭସାଣି ଶୋଭାଯାତ୍ରା ନ ହେବା ଉପରେ ଗୁରୁତ୍ତ୍ଵ

ଭୁବନେଶ୍ୱର : ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଜାକଜମକରେ ପାଳନ କରାଯିବ ନାହିଁ। କୋଭିଡ୍‌ କଟକଣା ମଧ୍ୟରେ ପୂର୍ବଥର ଭଳି ନିରାଡ଼ମ୍ବରରେ ସହ ପାଳନ ହେବ। ଭସାଣି ଉତ୍ସବ ହେବନାହିଁ, କେବଳ ମୂର୍ତ୍ତି ବିସର୍ଜନ ହେବ। ଦୁର୍ଗାପୂଜାକୁ ନେଇ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ପୂଜା କମିଟି ଓ ସିପିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପାର୍ବଣକୁ ନେଇ ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା ମୂର୍ତ୍ତି ଉଚ୍ଚତା, ସାଉଣ୍ଡ, ଆତସବାଜି ଆଦି ସମସ୍ତ କଟକଣା ଉପରେ ଆଲୋଚନା କରାଯାଇଥିଲା। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମାଆଙ୍କର ପୂଜା କରାଯିବ। ପୂଜା ପୂର୍ବରୁ ନିଜନିଜ ଥାନା ଅଞ୍ଚଳରେ ଥିବା ମଣ୍ଡପ ବୁଲି ସ୍ଥାନୀୟ ଆଇଆଇସି ସ୍ଥିତି ସମୀକ୍ଷା କରିବେ। ପୁଲିସ ଅଧିକାରୀମାନେ ରାଜଧାନୀରେ ଥିବା ପାଖାପାଖି ୧୪୪ ପୂଜା ମଣ୍ଡପ ବୁଲିବେ ଏବଂ କୌଣସି ମଣ୍ଡପ ନିୟମ ଉଲ୍ଲଂଘନ ନକରନ୍ତି ସେଥିପ୍ରତି ଦୃଷ୍ଟିଦେବେ। ପୂଜା ଯେଭଳି ଶାନ୍ତି ଶୃଙ୍ଖଳା ସହ ସମସ୍ତ କଟକଣା ମଧ୍ୟରେ ପାଳନ ହେବ ଏଥିପାଇଁ କମିସନରେଟ୍‌ ପୁଲିସ ଗୁରୁତ୍ବ ଦେଇଛି ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅତିରିକ ପୁଲିସ କମିସନର ରେଖା ଲୋହାନୀ, ଡିସିପି ଉମାଶଙ୍କର ଦାସ, ଭସାଣି କମିଟିର ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଅନ୍ୟପକ୍ଷରେ ପୂଜା କମିଟିଗୁଡ଼ିକ ତରଫରୁ ମଧ୍ୟ କିଛି ପ୍ରସ୍ତାବ ରଖାଯାଇଥିଲା। ମୁଖ୍ୟତଃ ଲାଇଟ୍ ଓ ସାଉଣ୍ଡ ପାଇଁ ଅନୁମତି ଦେବା ପାଇଁ କୁହାଯାଇଥିଲା। ଏହାର ପୁନଃବିଚାର କରାଯିବ ବୋଲି କମିସନରେଟ୍ ପୁଲିସ ତରଫରୁ କୁହାଯାଇଛି। କମିଟି ତରଫରୁ କୁହାଯାଇଛି ଆମେ ସମସ୍ତ କଟକଣା ମାନିବୁ ଏବଂ ପୁଲିସ ମଧ୍ୟ ଆମ ପୂଜାର ସମସ୍ତ ନୀତିକାନ୍ତି ମନିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମସ୍ତ ଥାନା ଆଇଆଇସି, ଦୁର୍ଗାପୂଜା କମିଟି ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ପାର୍ବଣରେ ବାଣ ଫୁଟା ଓ ବିକ୍ରି ଉପରେ ରାଜ୍ୟ ସରକାରଙ୍କ କଟକଣା

Fri Oct 1 , 2021
ଭୁବନେଶ୍ୱର: ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍‌ ଜାରି କରିବା ପରିପ୍ରେକ୍ଷୀରେ ସରକାର କହିଛନ୍ତି ଯେ, ପାର୍ବଣ ମାସରେ ବାଣ ବିକ୍ରି ହୋଇପାରିବ ନାହିଁ। ସୂଚନାଯୋଗ୍ୟ, ଦଶହରା ଓ ଦୀପାବଳି ସମୟରେ ଲୋକେ ବହୁ ମାତ୍ରାରେ ବାଣ ଫୁଟାଇଥାନ୍ତି। ଦଶହରା ଦିନ […]
ବାଣ ଫୁଟା ଓ ବିକ୍ରି ଉପରେ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial