ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ରାତି ୧୧ଟାରେ ବେଶଓଲାଗି

ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ-1

ପୁରୀ: ଶ୍ରୀଜିଉମାନେ ତିନି ରଥରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ସେବାୟତମାନଙ୍କର ଦ୍ୱାରା ଶ୍ରୀଜିଉମାନଙ୍କୁ ସୁନା ଅଳଙ୍କାରରେ ସଜାଯାଇଛି। ଶ୍ରୀଜିଉଙ୍କ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ଆଭୂଷଣ ଆସିଛି। କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଆଭୂଷଣ ଆସିଛି। ମହାପ୍ରଭୁ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଭକ୍ତଙ୍କୁ ଦେଖିବାକୁ ସୁଯୋଗ ମିଳିଛି। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବଡ଼ଦାଣ୍ଡକୁ ମନା ଥିବାରୁ ଶ୍ରୀଜିଉଙ୍କ ସୁନାବେଶ ଭକ୍ତମାନେ ଟିଭିରେ ଦେଖୁଛନ୍ତି। ରାତି ୧୧ଟାରେ ବେଶଓଲାଗି ହେବ ବୋଲି ଜଣାପଡ଼ିଛି।
ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ଅବସରରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଥିଲା। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ ବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସେହିପରି ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶଶେଷ, ୨ଟାରୁ ୩ଟା ଯାଏଁ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ନୀତି ହୋଇଥିଲା। ସୁନାବେଶ ପରେ ରାତି ୮ଟାରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସୁନାବେଶ ମଇଲମ, ରାତି ଚନ୍ଦନ ଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ଓ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।

Share Now:

Kalinga News Beuro

Next Post

ଅଡ଼ୁଆରେ ରାଜ କୁନ୍ଦ୍ରା : କାର୍ଯ୍ୟାଳୟରୁ ସର୍ଭର ଜବତ କଲା ପୁଲିସ୍

Wed Jul 21 , 2021
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ପୁଲିସ ଏକ ସର୍ଭର ଜବତ କରିଛି। ପୁଲିସ ସନ୍ଦେହ କରୁଛି ଯେ ଆପ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଏହି ସର୍ଭରକୁ ଅଶ୍ଳୀଳ ବିଷୟବସ୍ତୁ ଅପଲୋଡ୍ କରିବା ପାଇଁ ବ୍ୟବହୃତ ହୋଇଥିଲା। ଆଇଟି ପ୍ରଫେସନାଲମାନଙ୍କ ସାହାଯ୍ୟରେ ଏହାର ଅଧିକ ଯାଞ୍ଚ କରୁଛି ପୁଲିସ। ପୁଲିସ ହାତରେ ଲାଗିଥିବା ଏହି […]
ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ସର୍ଭର ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial