ସାତଭାୟାରେ ଶେଷ ଦର୍ଶନ କଲେ ଶ୍ରଦ୍ଧାଳୁ : ମା’ ପଞ୍ଚୁବରାହୀଙ୍କ ସ୍ଥାନାନ୍ତର ଆଜି

କେନ୍ଦ୍ରାପଡ଼ା/ରାଜନଗର : ବଙ୍ଗୋପସାଗର କୂଳରେ ଅଷ୍ଟାଦଶ ଶତାବ୍ଦୀରୁ ପୂଜା ପାଇ ଆସୁଥିବା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମା’ ପଞ୍ଚୁବରାହୀ ଆଜି ସ୍ଥାନାନ୍ତର ହେବେ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ମା’ ପଞ୍ଚୁବରାହୀଙ୍କୁ ୧୦ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର କରାଯିବ। ମୂଳପୀଠରେ ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦିନ ତମାମ ଲାଗି ରହିଥିଲା। ଆଜି ମା’ଙ୍କ ପୀଠରେ ଆଜ୍ଞାଯଜ୍ଞ କରାଯିବା ପରେ କନିକା ରାଜାସାହେବ ଆଜ୍ଞାମାଳ ଆଣି ନୂତନ ମନ୍ଦିରରେ ପହଞ୍ଚିଛନ୍ତି। ନୂତନ ମନ୍ଦିରରେ ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ମା’ଙ୍କୁ କିପରି ସୁରୁଖୁରୁରେ ଅଣାଯିବ ସେ ନେଇ ଏସ୍‌ପି ନୀତି ଶେଖର ସାତଭାୟାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ରାକ୍ଷସ ପାଲଟିଗଲା ଭିଣୋଇ: ୨ଦିନ ବଳାତ୍କାର ପରେ ରାସ୍ତାରେ ଛାଡ଼ି ଚାଲିଗଲା

Fri Apr 20 , 2018
ଭବାନୀପାଟଣା: ମଣିଷ ଯେବେ ପଶୁ ପାଲଟିଯାଏ ସେତେବେଳେ ସେ ନିଜର ହିତାହିତ ଜ୍ଞାନ ହରାଇ ବସେ। କ’ଣ ଠିକ୍‌, କ’ଣ ଭୁଲ ସେ ଜାଣିପାରେନା। ଯାହାକୁ ନେଇ ଆମ ସମାଜରେ ଘଟିଯାଏ ଅଭାବନୀୟ ଘଟଣା। ଯେମିତି ଘଟିଛି ଭବାନୀପାଟଣାରେ। ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇଦିନ କାଳ ଦୁଷ୍କର୍ମ ପରେ ରାସ୍ତାରେ ଅଭିଯୁକ୍ତ ଛାଡ଼ି ପଳାଇଛି। ଏନେଇ ପରିବାର ଲୋକ ଥୁଆମୂଳ […]

ଆହୁରି ପଢ଼ନ୍ତୁ