ଅଯୋଧ୍ୟାରେ ଦୀପାବଳି : ଜଳିବ ୧୨ ଲକ୍ଷ ମାଟିଦୀପ

ଅଯୋଧ୍ୟାରେ ଦୀପାବଳି

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔପଚାରିକଭାବେ ‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦ୍‌ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାଚୀନ ସହର ଅଯୋଧ୍ୟାର ସାମଗ୍ରିକ ବିକାଶ ଆଧାରିତ ‘ଅଯୋଧ୍ୟା ଭିଜନ୍‌ ଡକ୍ୟୁମେଣ୍ଟ୍‌’ ରିଲିଜ୍‌ କରିବେ। ସୂଚନାଯୋଗ୍ୟ ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ‘ରାମ୍‌ କୀ ପୈଦୀ ଘାଟ’ରେ ରଙ୍ଗିନ ଆଲୋକମାଳିକାରେ ଉଦ୍‌ଭାସିତ ହୋଇଥିଲା। ଏହି ଘାଟ ହେଉଛି ‘ଦୀପୋତ୍ସବ ୨୦୨୧’ର ମୁଖ୍ୟ ସ୍ଥାନ ଏବଂ ଦୀପାବଳି ଅବ୍ୟବହିତ ପୂର୍ବରୁ ଏଠାରେ ୯ ଲକ୍ଷ ମାଟିଦୀପ ପ୍ରଜ୍ଜ୍ୱଳନ କରାଯିବ।
ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ ‘ଦୀପୋତ୍ସବ’ ପାଳନ କରାଯାଉଛି। ‘ରାମକଥା ଉଦ୍ୟାନ’ରେ ‘ଶିଳ୍ପ ବଜାର’ ଉଦ୍‌ଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ନାଗପୁରର ପ୍ରସିଦ୍ଧ ଓ୍ଵାତକର୍‌ ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଶଣ କରିବେ। ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଷଣ କରିବା ବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ। ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଷଣ କରିବେ। ଦୀପୋତ୍ସବ ଅବସରରେ ଅଯୋଧ୍ୟାର ଗଳିପ୍ରଗଳିରେ ଥିବା ସମସ୍ତ ମନ୍ଦିରରେ ଦୀପାଳି ଜଳିବ।

Share Now:

Kalinga News Beuro

Next Post

କଳିଙ୍ଗବିହାରରେ ଡବଲ୍ ମର୍ଡର୍‌: ସୈତାନ ସ୍ବାମୀ ଦ୍ୱାରା ପତ୍ନୀ ଓ ପୁଅଙ୍କ ତଣ୍ଟି ଚିପି ହତ୍ୟା

Wed Nov 3 , 2021
ଭୁବନେଶ୍ବର: ଦୀପାବଳିର ଦିନକ ପୂର୍ବରୁ ଆଜି ରାଜଧାନୀରେ ଘଟିଛି ଏକ ଲୋମଟାଙ୍କୁରା ଡବଲ୍‌ ମର୍ଡର। ସେୟାର୍ ମାର୍କେଟ୍‌ରେ ଟଙ୍କା ଲଗାଇ କ୍ଷତିଗ୍ରସ୍ତ ହେବା ସହ ଋଣଭାର ବଢ଼ିବା ଯୋଗୁଁ ଆଜି ଜଣେ ଯୁବକ ନିଜ ସ୍ତ୍ରୀ ଓ ୧୦ ବର୍ଷର କୋମଳମତି ପୁଅକୁ ତଣ୍ଟି ଚିପି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ମା’ ଓ ପୁଅ ହେଉଛନ୍ତି, ସୁନ୍ଦରପଦା ଓରକଳାର ସ୍ବର୍ଣ୍ଣଲତା ମଙ୍ଗରାଜ ଓ ଧୃତିଦୀପ୍ତି […]
ରାଜଧାନୀରେ ଡବଲ୍ ମର୍ଡର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial