ଚନ୍ଦ୍ରପ୍ରଭା ଦାସ ପାଇଲେ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ-୨୦୧୮

ଭୁବନେଶ୍ୱର : ସଂଭାବନା ପକ୍ଷରୁ ଆୟୋଜିତ ଓଡ଼ିଆ ମହୋତ୍ସବରେ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ-୨୦୧୮ ପ୍ରଦାନ କରାଯାଇଛି। ଗତକାଲି ଜୟଦେବ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯାଜପୁରର ଚନ୍ଦ୍ରପ୍ରଭା ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ସହ-ଶ୍ରେଷ୍ଠ ଓଡ଼ିଆଣୀ ଭାବେ ସମ୍ମାନିତ ହୋଇଛନ୍ତି। ଅତିଥିମାନେ ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ଦାସଙ୍କୁ ରୂପା ତାରକସିର ବୋଇତ, ଖଣ୍ଡୁଆ ଶାଢ଼ି ଏବଂ ସହ-ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ମହାନ୍ତିଙ୍କୁ ତାରକସି କୋଣାର୍କ ଚକ୍ର ଓ ଖଣ୍ଡୁଆ ଶାଢ଼ି ପ୍ରଦାନ କରି ସମ୍ବର୍ଧିତ କରିଥିଲେ। ଏଥିସହ ପ୍ରତିଯୋଗିତାରେ ପ୍ରଥମ ଶ୍ରେଷ୍ଠ ଦଶ ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ମିନତି ପ୍ରଭା ଦାସ, ରଶ୍ମି ସାହୁ, ବେବିରାଣୀ ଦାସ, ଜ୍ୟୋତି ଗିରି, ଏଲିଜା ଜେନା, ପ୍ରତୀକ୍ଷା ମହାନ୍ତି, ଜ୍ୟୋତ୍ସ୍ନାରାଣୀ ପତ୍ରୀ, ମଧୁସ୍ମିତା ସା, ଶୁଭଶ୍ରୀ ସିଂହ, ଜ୍ୟୋତ୍ସ୍ନାରାଣୀ ପାତ୍ରଙ୍କ ସମେତ ୩୪ଜଣ ଓଡ଼ିଆଣୀଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା।

ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଭିନେତ୍ରୀ ଝରଣା ଦାସ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ, ସଂସ୍କୃତି ବିଭାଗ ଯୁଗ୍ମ ସଚିବ ମନସ୍ୱିନୀ ସାହୁ ଏବଂ ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଂଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସଙ୍କ ପ୍ରଚ୍ଛଦ ଛବି ସହ ସଂଭାବନାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଲିପ୍‌ସା ମିଶ୍ର, ସତ୍ୟ ସାର୍ଥକ, ସିଦ୍ଧାନ୍ତ ଶତପଥୀ ଓ ଛନ୍ଦା ମିଶ୍ର ମଧୁର ସଙ୍ଗୀତ ଗାନ କରିଥିବା ବେଳେ ଅନିଷା ଅଭିଷିକ୍ତା ରାଉତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଂଭାବନାର ସଦସ୍ୟ ସୌଦାମିନୀ ସାମଲ, ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ, ସୁଜିତ ପଟ୍ଟନାୟକ, ଗୁରୁ ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share Now:

Kalinga News Beuro

Leave a Reply

Next Post

ୟୁପିଏସ୍‌ସି ପରୀକ୍ଷା : ଅନୁଦୀପ ଟପର୍‌

Sat Apr 28 , 2018
ନୂଆଦିଲ୍ଲୀ : ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିସନ (ୟୁପିଏସ୍‌ସି) ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସିର ଓ୍ଵବ୍‌ସାଇଟ୍‌ upsc.gov.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଚଳିତ ବର୍ଷ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ସିଭିଲ୍‌ ସର୍ଭିସ୍‌ ଟପର୍‌ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାରୀ ଏବଂ ତୃତୀୟ ସ୍ଥାନରେ ସଚ୍ଚିନ ଗୁପ୍ତାଙ୍କ ନାମ ରହିଛି। ମେରିଟ୍‌ ଲିଷ୍ଟ୍‍ରେ ମୋଟ ୯୯୦ ଜଣଙ୍କ ନାମ ରହିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial