ବରଗଡ଼ରେ ୭୬ ବର୍ଷର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା : ୧୦ କଂସଙ୍କ ରାଜୁତି

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୭୬ ବର୍ଷର ଇତିହାସ। ଅନେକ ଘାତପ୍ରତିଘାତ ଦେଇ ଧନୁଯାତ୍ରାର ଲମ୍ବା ଯାତ୍ରା। ଖାଲି ସେତିକି ନୁହେଁ। ଆରମ୍ଭ ସମୟରେ ଅନ୍ଧବିଶ୍ୱାସ ବି ଧନୁଯାତ୍ରାର ବାଟ ଓଗାଳିଥିଲା। ଯାତ୍ରା ଆରମ୍ଭରୁ କଂସ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ କଳାକାର ସାମ୍ନାକୁ ଆସୁନଥିଲେ। ଗବେଷକ କହନ୍ତି, କଂସ ଭୂମିକାରେ ଅଭିନୟ କଲେ ବଂଶ ବୁଡିଯିବା ଭୟ ଥିଲା। ଅନେକ ଲୋକଙ୍କ ପ୍ରଚେଷ୍ଟାରେ ଅନ୍ଧବିଶ୍ୱାସ ଦୂର ହେଲା। ଅଣ୍ଟାଭିଡ଼ି ସାମ୍ନାକୁ ଆସିଥିଲେ ଜଣେ ପରେ ଜଣେ କଳାକାର। ୭୬ ବର୍ଷରେ ବରଗଡ଼ ଧନୁଯାତ୍ରା ପହଞ୍ଚିବା ଭିତରେ ୧୦ କଂସଙ୍କ ରାଜୁତି ଏଠି ଖୋଲାମଞ୍ଚରେ ଏଯାଏଁ ଦେଖିବାକୁ ମିଳିଛି।
ପ୍ରଥମ କରି କଂସ ମହାରାଜ ଭୂମିକାରେ ଅଭିନୟ କରି ସ୍ଥାନୀୟ ସମସ୍ୟାକୁ ଉପସ୍ଥାପନ କରିଥିଲେ ବ୍ରଜମୋହନ ରଥ (ବୁନ୍ଦେ)। ତାପରେ ଗତିଶୀଳ ହୋଇଥିଲା ଯାତ୍ରା। ଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲା ଖୋଲାମଞ୍ଚ। ଆକର୍ଷଣ ହେଲେ ମହାରାଜ କଂସ। ଆଉ ଏ ୭୬ ବର୍ଷର ଯାତ୍ରା ଭିତରେ ବୁନ୍ଦେ ରଥଙ୍କ ପରେ ଭୀମସେନ ତ୍ରିପାଠୀ, ଯୁଧିଷ୍ଠିର ଶତପଥୀ, ରାଧେଶ୍ୟାମ ଦାଶ, ଦେବେନ୍ଦ୍ର ବିଶ୍ୱାଳ, ନୀଳାଞ୍ଚଳ ଦାସ, ଗୋପାଳ ସାହୁ (ଏଲି), ଭୁବନେଶ୍ୱର ପ୍ରଧାନ, ହୃଷୀକେଶ ଭୋଇ ଓ ଗୋଟିଏ ଦିନର କଂସ ସଞ୍ଜୀବ ଦାଶ (ମାଟୁ) ଏଭଳି ମୋଟ ୧୦ ଜଣ କଂସ ବରଗଡ଼ ଧନୁଯାତ୍ରାରେ ରାଜୁତି କରିଛନ୍ତି। ଏବେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜଙ୍କ କ୍ରେଜ୍ କାହିଁରେ କେତେ। ଏଣୁ କଂସ ହେବାକୁ ପ୍ରତିଯୋଗିତା ଚାଲିଲାଣି। ଚଳିତ ୭୬ତମ ବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ହୃଷୀକେଶ ଭୋଇ ରାଜୁତି କରିବେ। ଏଥିପାଇଁ ଆଖଡ଼ାରେ ପ୍ରତ୍ୟହ ଅଭ୍ୟାସ ଜାରି ରଖିଛନ୍ତି। ସାଧାରଣ ଡ୍ରାଇଭର ଚାକିରି କରୁଥିବା ହୃଷୀକେଶ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ସଫଳ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ସିମୁଳିଆ ବିଡ଼ିଓଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ : ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ

Fri Jan 12 , 2024
ବାରିପଦା: ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ। ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ସଂସ୍କାର ହୋଇଛି। ତେବେ ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ। କହିଛନ୍ତି, ତାଙ୍କ ସ୍ୱାମୀ ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ କୌଣସି ପ୍ରଶାସନିକ ଅଧିକାରୀ ସାମିଲ ହେଲେ ନାହିଁ। ଆଉ ଏହି ବୟାନ ପରେ ବିଡ଼ିଓଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial