ସିମୁଳିଆ ବିଡ଼ିଓଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ : ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ

ବାରିପଦା: ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ। ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ସଂସ୍କାର ହୋଇଛି। ତେବେ ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ। କହିଛନ୍ତି, ତାଙ୍କ ସ୍ୱାମୀ ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ କୌଣସି ପ୍ରଶାସନିକ ଅଧିକାରୀ ସାମିଲ ହେଲେ ନାହିଁ। ଆଉ ଏହି ବୟାନ ପରେ ବିଡ଼ିଓଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା। ପୁଅକୁ ଛୁଟି ମିଳୁନଥିବା କହିଥିଲେ ବାପା । ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖରୁ ସେ ଘରକୁ ଯାଇନଥିଲେ।
ତେଣୁ ମାନସିକ ଚାପରେ ରହୁଥିବା ଅଭିଯୋଗ ଅଣିଥିଲେ ବିଶ୍ୱରଞ୍ଜନଙ୍କ ବାପା। ଉଲ୍ଲେଖ ଥାଉ କି ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତି (୫୧)ଙ୍କ ଝୁଲନ୍ତା ମୃତଦେହ ଗତକାଲି ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଏଯାଏ ଜଣାପଡ଼ିନାହିଁ। ହେଲେ ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ବାପା ନରେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ “ପୁଅ ଉପରେ ନାନା ପ୍ରକାର କାମର ଚାପ ଥିଲା। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କଠାରୁ ତାଙ୍କୁ ଛୁଟି ମିଳୁ ନଥିଲା। ଫଳରେ ସେ ମାସ ମାସ ଧରି ଘରକୁ ଆସିପାରୁ ନଥିଲେ। ଶେଷଥର ପାଇଁ ଗତବର୍ଷ ଅକ୍ଟୋବର ମାସ ୨୨ ତାରିଖ ଦିନ ବିଶ୍ୱରଞ୍ଜନ ଘରକୁ ଆସିବାର ସୁଯୋଗ ପାଇଥିଲେ।” ତେବେ ବାପା ନରେନ୍ଦ୍ରଙ୍କ ଏପରି ବୟାନ ପରେ ଘଟଣା ଭିନ୍ନ ମୋଡ ନେଇଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ ଆସିବ ଉଚ୍ଚଶିକ୍ଷାରେ ସଂସ୍କାର : ଆରମ୍ଭ ହେଲା ଇ–ଲେକଚର ବ୍ୟବସ୍ଥା

Sat Jan 13 , 2024
ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ, ପିଲାଙ୍କ ପାଇଁ ୧୧ଟି ବିଷୟବସ୍ତୁ ରହିବ ଭୁବନେଶ୍ୱର: ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଇ–ଲେକଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି, ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭର୍ଚୁଆଲ ପ୍ଲାଟଫର୍ମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial