ରବିବାର ଶ୍ରୀଅନନ୍ତବାସୁଦେବ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ

ଅନନ୍ତବାସୁଦେବ ମନ୍ଦିର

ପୁରୁଣା ଭୁବନେଶ୍ବର : ଆସନ୍ତା ୧୯ ତାରିଖ ରବିବାର ଦିନ ପବିତ୍ର ପର୍ବ ଅନନ୍ତ ବ୍ରତ ପାଳିତ ହେବ। କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ବି ଭକ୍ତମାନେ ଏକାମ୍ର କ୍ଷେତ୍ରର ଶ୍ରୀଅନନ୍ତ ବାସୁଦେବ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ବିଧି ଅନୁସାରେ ମନ୍ଦିରରେ ସମସ୍ତ ନୀତିକାନ୍ତି ପାଳିତ ହେବ ଓ ବରାଦ ଅନୁସାରେ ଅବଢ଼ା ବିକ୍ରି ହେବ ବୋଲି ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନାନୁସାରେ କରୋନା କଟକଣା ଯୋଗୁଁ ଏହି ପୂଜା ପାଇଁ ମନ୍ଦିରରେ କେବଳ ନୀତିକାନ୍ତି କରାଯିବ। ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଗତ ବର୍ଷ ପରି ମନ୍ଦିରଠାରୁ କିଛି ଦୂରରେ ବାଉଁଶ ବାଡ଼ ବନ୍ଧା ହେବ। ତେବେ ସେହି ବାଡ଼ ପାଖରୁ ଭକ୍ତମାନେ ବ୍ରାହ୍ମଣ ସେବାୟତଙ୍କୁ ପୂଜା ପାଇଁ ଭୋଗ ଓ ବ୍ରତ ପ୍ରଦାନ କରିପାରିବେ। ସେହିପରି କେବଳ ବରାଦି ଅବଢ଼ା ବିକ୍ରି ହେବ ବୋଲି ଶ୍ରୀ ପତି କହିଛନ୍ତି। ପ୍ରକାଶ ଥାଉକି ଏହି ପବିତ୍ର ବ୍ରତ ପାଇଁ ପ୍ରତିବର୍ଷ ପାଖାପାଖି ୫୦ ହଜାରରୁ ଅଧିକ ଭକ୍ତ ଏକାମ୍ର କ୍ଷେତ୍ରକୁ ଆସିଥାନ୍ତି। ଅନନ୍ତ ବ୍ରତ ଦିନ ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୁଏ। ଏଥର କଟକଣା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରି ପୁଲିସର କଡ଼ା ପ୍ରହରା ରହିବ ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର କହିଛନ୍ତି।

Share Now:

Kalinga News Beuro

Next Post

ଟଳିଲା ମହାନଦୀରେ ଆଶଙ୍କା : ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

Sat Sep 18 , 2021
ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି। ଛୋଟ ଧରଣର ବନ୍ୟା ହୋଇଛି। ଏବେ କୌଣସି ବିପଦ ନାହିଁ। ମୁଣ୍ଡଳୀ ଠାରେ ୬ ଲକ୍ଷ ୬୭ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ ରୁ ୪ ଘଣ୍ଟା ହେଲା ଏ […]
ବନ୍ୟା ଆଶଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial