ସ୍ନାନଯାତ୍ରା: ଅଣସର ପିଣ୍ଡିକୁ ବିଜେ କରୁଛନ୍ତି ଶ୍ରୀଜିଉ

ସ୍ନାନଯାତ୍ରା

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନେ ୧୦୮ ଗରାରେ ସୁବାସିତ ଜଳରେ ସ୍ନାନ କରିଛନ୍ତି। ସ୍ନାନ ପରେ ଶ୍ରୀଜିଉମାନଙ୍କୁ ଗଜାନନ ବେଶ କରାଯାଇଥିଲା। ଇତି ମଧ୍ୟରେ ସ୍ନାନମଣ୍ଡପରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି। ପ୍ରଥମେ ମଦନମୋହନ ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇଛି। ଗୋଟି ପହଣ୍ଡିରେ ଶ୍ରୀଜିଉ ଅଣସର ଘରକୁ ଯିବେ। ରାତି ୮ଟା ପର୍ଯ୍ୟନ୍ତ ପହଣ୍ଡି ଶେଷ ହେବ। ଏହା ପରେ ୮ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ, ୯ଟାରୁ ୧୨ଟା ମଧ୍ୟରେ ଚାଟି ବନ୍ଧା ନୀତି ହେବ। ସେହିପରି ୨୫ ତାରିଖ (ମଧ୍ୟରାତ୍ରୀ) ୧୨ଟା ୩୦ରେ ଦଶ ଅବତାର ବିଜେ, ୧ଟାରେ ମହାସ୍ନାନ, ୧ଟା ୩୦ରେ ମଇଲମ ବେଶ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ଭୋର ୩ଟା ୩୦ରେ ଦକ୍ଷିଣିଘର ରୋଗ ଏବଂ ଜୟ-ବିଜୟ ଦ୍ୱାର ବନ୍ଦ, ବେହେରଣ ଦ୍ୱାର ଫିଟିବା, ସକାଳ ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ ଓ ସକାଳ ୫ଟାରେ ବେହେରଣ ଦ୍ୱାର ବନ୍ଦ ଏବଂ ଜୟ-ବିଜୟ ଦ୍ୱାର ଫିଟିବା ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଚଳିତ ବର୍ଷ ସାହାଣମେଳା ନୀତି ବନ୍ଦ ରହିବ।

Share Now:

Kalinga News Beuro

Next Post

୨ କିଲୋ ଓଜନର ବ୍ରାଉନ୍ ସୁଗାର ଜବତ, ଜଣେ ଅଟକ

Thu Jun 24 , 2021
ଭୁବନେଶ୍ୱର: ଏସଟିଏଫ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ୨ କିଲୋ ୦୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ବେଆଇନ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଏସ୍‌ଟିଏଫକୁ ବିଶ୍ୱସ୍ତ ସୂଚନା ମିଳିଥିଲା ଯେ, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର କାରବାର କରୁଛି। ଏହା ପରେ ଏସ୍‌ଟିଏଫ୍ ତରଫରୁ ଯୋଜନାମୂଳକ ଭାବେ ଚଢ଼ାଉ […]
୨ କିଲୋ ଓଜନର ବ୍ରାଉନ୍ ସୁଗାର ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial