ସଙ୍ଗୀତଗୁରୁ ସୁଦର୍ଶନ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

Sradhanjali Sabha

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବୀଣାପାଣି ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ତିହିଡି ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସଙ୍ଗୀତଗୁରୁ ସୁଦର୍ଶନ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଳିଙ୍ଗ କଳାକାର ସଭାପତି ଓ ସାହିତ୍ୟ ସଂଗଠନ ‘ସଖା’ର ସଭାପତି ବିଭୁତି ଭୂଷଣ ଗ୍ରହଚାର୍ଯ୍ୟ ପୌରାହିତ୍ୟ କରିଥିଲେ। ଏଥିରେ ବୀଣାପାଣି ସଙ୍ଗୀତ ବିଦ୍ୟାଳୟ ଅଧ୍ୟକ୍ଷ ସଙ୍ଗୀତ ଗୁରୁ ଭାଗିରଥି ଦତ୍ତ ,ବିଦ୍ୟାଳୟ ସଭାପତି ନରେନ୍ଦ୍ର ବାରିକ ,କବି ବସନ୍ତ ଦାସ ,କଣ୍ଠଶିଳ୍ପୀ ବଙ୍କିମ ନାୟକ, ମନୋଜ ଗୁଇଁ ,ସିଦ୍ଧେଶ୍ୱର ଦତ୍ତ ,ନୃତ୍ୟଗୁରୁ ପ୍ରତିମା ପାତ୍ର, ଝିଲ୍ଲୀ ପାତ୍ର ,ଶୁଭଶ୍ରୀ ରାଉତ , ବାଦ୍ୟକାର ପଞ୍ଚାନନ ଦତ୍ତ , ସୁରେଶ ସେଠୀ, ଭକ୍ତହରି ସାହୁ ,ପାର୍ବତୀ ମହାଳିକ ,ବିରଞ୍ଚି ମହାଳିକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସୁଦର୍ଶନ ନାୟକ ଜଣେ ଏକାଧାରରେ ସଙ୍ଗୀତ ଗୁରୁ ,କବି ଗାଳ୍ପିକ ଓ ଅନୁଷ୍ଠାନ ପ୍ରେମୀ ଥିଲେ ବୋଲି କହିଥିଲେ। ତିହିଡି ଯୁବମଞ୍ଚ ସଭାପତି ଯୁବ ଗାଳ୍ପିକ କୈଳାସ ବେହେରା ଶେଷସ୍ପର୍ଶ ଦେଇଥିଲେ। ଏହି ସଭାରେ ସଙ୍ଗୀତ ବିଦ୍ୟାଳୟର ଅଭିଭାବକ, ଛାତ୍ରଛାତ୍ରୀ ଓ ସଙ୍ଗୀତପ୍ରେମୀ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଟ୍ରମା କେୟାର ସେଣ୍ଟର ପାଇଁ ଫିଟିଲା ବାଟ: କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

Tue Nov 17 , 2020
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ବାଟ ଫିଟିଛି। ଗତକାଲି ହସ୍ପିଟାଲ‌ ପରିସରରେ ଜବରଦଖଲକୁ ‌ଉଚ୍ଛେଦ କରାଯାଇଛି। ତେଣୁ ଆଗାମୀ ଦିନରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ରାଜଧାନୀରେ ଦୁର୍ଘଟଣା ବହୁ ସଂଖ୍ୟାରେ ବଢ଼ି ଚାଲିଛି। ସହର ଭିତରେ ହେଉ ବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ତେଣୁ ଏସବୁ ରୋଗୀଙ୍କୁ କ୍ୟାପିଟାଲ […]
କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial