ଟ୍ରମା କେୟାର ସେଣ୍ଟର ପାଇଁ ଫିଟିଲା ବାଟ: କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ବାଟ ଫିଟିଛି। ଗତକାଲି ହସ୍ପିଟାଲ‌ ପରିସରରେ ଜବରଦଖଲକୁ ‌ଉଚ୍ଛେଦ କରାଯାଇଛି। ତେଣୁ ଆଗାମୀ ଦିନରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ରାଜଧାନୀରେ ଦୁର୍ଘଟଣା ବହୁ ସଂଖ୍ୟାରେ ବଢ଼ି ଚାଲିଛି। ସହର ଭିତରେ ହେଉ ବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ତେଣୁ ଏସବୁ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଉଛି। ତେବେ ଦୁର୍ଘଟଣାରେ ଗୁରୁତର ରୋଗୀମାନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ‌ରେ ଟ୍ରମା କେୟାର ସୁବିଧା ନାହିଁ। ତେଣୁ ପୂର୍ବରୁ ରୋଗୀମାନଙ୍କୁ କଟକସ୍ଥିତ ଟ୍ରମା କେୟାର ସେଣ୍ଟରକୁ ରେଫର କରିବାକୁ ପଡ଼ୁଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ରାଜଧାନୀର ୩ଟି ଘରୋଇ ହସ୍ପିଟାଲରେ ଗୁରୁତର ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସେବା ଆରମ୍ଭ କରିଥିଲେ। ଏହା ଜାରି ରହିଥିବା ବେଳେ କିଛି ବର୍ଷ ପୂର୍ବରୁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲରେ ଏକ ଟ୍ରମାକେୟାର ସେଣ୍ଟର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏଥିପାଇଁ ଜାଗା ସମସ୍ୟା ଉପୁଜିଥିଲା। ଟ୍ରମା କେୟାର ସେଣ୍ଟର ନିର୍ମାଣ ହେବା ଜାଗାକୁ ନେଇ ବିବାଦ ଦେଖା ଦେଇଥିଲା। ଏପରିକି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ତେବେ ୮/୧୦ ଦିନ ପୂର୍ବରୁ ସଂପୃକ୍ତ ଜାଗାକୁ ଉଚ୍ଛେଦ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗତକାଲି ସେଠାରେ ଥିବା ଔଷଧ ଦୋକାନକୁ ଭାଙ୍ଗି ଦିଆଯାଇଛି। ଆଗାମୀ ଦିନରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

Tue Nov 17 , 2020
ନଦୀ ଘାଟରେ ପୂଜା ଓ ସ୍ନାନକୁ ବାରଣ ଭୁବନେଶ୍ବର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି। ଏହି କଟକଣା ଅନୁଯାୟୀ ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଏକ ଆଦେଶ ଅନୁସାରେ ଛଟ ପୂଜା ବେଳେ ବହୁସଂଖ୍ୟାରେ ଲୋକମାନେ […]
ଛଟ୍ ପୂଜା ଉପରେ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial